‘ବିଗ୍‌ବସ୍‌-୧୨’ରେ ପ୍ରବେଶ କରିବେ କି ଅଭିନେତ୍ରୀ ତନୁଶ୍ରୀ!

ମୁମ୍ବାଇ: ‘ବିଗ୍‌ବସ୍‌’ ସିଜିନ୍‌ ୧୨ରେ ପ୍ରବେଶ ପାଇବା ପାଇଁ ଅଭିନେତ୍ରୀ ତନୁଶ୍ରୀ ଦତ୍ତ ନାନା ପାଟେକରଙ୍କ ଉପରେ ଯୌନ ଶୋଷଣ ଆରୋପ ଲଗାଇ ଏପରି ନାଟକ କରିଛନ୍ତି ବୋଲି ବିଭିନ୍ନ ମହଲରେ କଥା ଉଠିଛି। ବାସ୍ତବରେ ତନୁଶ୍ରୀ ‘ବିଗ୍‌ବସ୍‌’ରେ ସ୍ଥାନ ପାଇବା ଇଚ୍ଛା ରଖି ଏପରି କରିଛନ୍ତି କି ନାହିଁ ତାହା ଏବେ ଏକ ବିରାଟ ପ୍ରଶ୍ନବାଚୀ ପାଲଟିଛି।

ଏବେ ଏକ ସାକ୍ଷାତ୍‌କାରରେ ତନୁଶ୍ରୀଙ୍କୁ ପଚରାଯିବାରୁ ସତ ସାମ୍ନାକୁ ଆସିଛି। ‘ବିଗ୍‌ବସ୍‌’ରେ ଏଣ୍ଟି ପାଇବା ପାଇଁ ଆପଣଙ୍କର ଆଗ୍ରହ ରହିଛି ବୋଲି ପଚାରଯାଇଥିବା ଏକ ପ୍ରଶ୍ନରେ ତନୁଶ୍ରୀ ଆଶ୍ଚର୍ଯ୍ୟ ହୋଇ ଉତ୍ତର ରଖିଛନ୍ତି। ତାଙ୍କର ସେପରି କୌଣସି ଆକ୍‌ଙକ୍ଷା ନାହିଁ। ତନୁଶ୍ରୀଙ୍କ ଲକ୍ଷ୍ୟ ଭିନ୍ନ। କାମ କ୍ଷେତ୍ରରେ ଉତ୍ପୀଡ଼ନ ବିରୋଧରେ ସ୍ୱର ଉଠାଇବା ତାଙ୍କ ଉଦେଶ୍ୟ ବୋଲି ସେ ସଫେଇ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଅଭିନେତ୍ରୀ ତନୁଶ୍ରୀ ଦତ୍ତ ନାମୀଦାମୀ କଳାକାର ନାନା ପାଟେକରଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିବା ପରେ ଚାରିଆଡ଼େ ଏବେ #ମିଠୁ ଅଭିଯାନ ସକ୍ରିୟ ହୋଇ ଉଠିଛି। ତନୁଶ୍ରୀ ଦୀର୍ଘ ୧୦ ବର୍ଷ ତଳର କଥାକୁ ଘାଣ୍ଟିବା ପଛର କାରଣ ତାଙ୍କର ବିଗ୍‌ବସ୍‌ରେ ପ୍ରବେଶର ଆଗ୍ରହକୁ ସୂଚାଉଛି ବୋଲି ଅନେକ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର