ଇଶା-ଆନନ୍ଦଙ୍କ ସଙ୍ଗୀତ୍‌ରେ ଅନନ୍ତ ଅମ୍ବାନୀଙ୍କ ପାଇଁ ବ୍ୟାକ୍‌ଗ୍ରାଉଣ୍ଡ ଡ଼୍ୟାନ୍‌ସର ହୋଇ ଟ୍ରୋଲ ହେଲେ ସଲମାନ ଖାନ୍‌ ! ଲୋକେ କହିଲେ; ଟଙ୍କା କ’ଣ ନ କରି ପାରେ?

ନୂଆଦିଲ୍ଲୀ : ଦେଶର ସବୁଠାରୁ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ଼୍‍ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ଅଳିଅଳି ଝିଅ ଇଶା ଅମ୍ବାନୀ ଆନନ୍ଦ ପିରାମଲଙ୍କୁ ବିବାହ କରିବାକୁ ଯାଉଛନ୍ତି । ବିବାହ ପୂର୍ବରୁ ଉଦୟପୁରରେ ଇଶାଙ୍କ ମେହେନ୍ଦି ଏବଂ ସଙ୍ଗୀତ୍‌ କାର୍ଯ୍ୟକ୍ରମ ରଖାଯାଇଥିବା ବେଳେ ସେଠାରେ ଅନେକ ବଲିଉଡ୍‌ ଏବଂ ହଲିଉଡ଼୍‍ କଳାକାର ଯାଇ ପହଞ୍ଚିଥିଲେ । ସଙ୍ଗୀତ୍‌ରେ ଅମ୍ବାନୀ ପରିବାର ନାଚିବା ସହ ଶାହାରୁଖ୍‌-ଗୌରୀ,ଐଶ୍ୱର୍ଯ୍ୟା-ଅଭିଷେକ,ଦୀପ୍‌-ବୀର,ପ୍ରିୟଙ୍କା ଇତ୍ୟାଦିଙ୍କୁ ନିଜ ନୃତ୍ୟର ଯାଦୁରେ ସମସ୍ତଙ୍କୁ ମୋହିତ କରିବା ଦେଖିବାକୁ ମିଳିଥିଲା।

ଏହି ଉତ୍ସବରେ ବଲିଉଡ୍‌ ଅଭିନେତା ସଲମାନ୍‌ ଖାନ୍‌ ମଧ୍ୟ ସାମିଲ ହୋଇଥିବା ଦେଖାଯାଇଥିଲା । ସବୁ ଇଭେଣ୍ଟରେ ନିଜ ଦବଙ୍ଗ ଷ୍ଟାଇଳକୁ ନେଇ ଚର୍ଚ୍ଚାରେ ରହୁଥିବା ସଲମାନ ଅମ୍ବାନୀ ପରିବାର ପାଇଁ ବ୍ୟାକ୍‌ଗ୍ରାଉଣ୍ଡ ଡ଼୍ୟାନ୍‌ସର ପାଲଟିଥିବା ଦେଖାଯାଇଥିଲା । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍‌ ଭାଇରାଲ ହେଉଥିବା ବେଳେ ସଲମାନଙ୍କ ଏଭଳି ଭିଡିଓ ଦେଖି ସମସ୍ତେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।

ଭାଇରାଲ ହୋଇଥିବା ଭିଡିଓରେ,ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ନିଜ କଥିତ ପ୍ରେମିକା ରାଧିକା ମର୍ଚ୍ଚାଣ୍ଟଙ୍କ ସହ କୋଇ ମିଲ୍‌ ଗୟା ଗୀତରେ ନାଚୁଥିବାର ଦେଖାଯାଇଛି । ଏହି ଗୀତରେ ସାମ୍ନାରେ ଅନନ୍ତ ନାଚୁଥିବା ବେଳେ ସଲମାନ ଖାନ୍‌ ଅନ୍ୟ ବ୍ୟାକ୍‌ଗ୍ରାଉଣ୍ଡ ଡ଼୍ୟାନ୍‌ସରଙ୍କ ସହ ପଛରେ ନାଚୁଥିବାର ଦେଖାଯାଇଥିଲା । ଏହି ଭିଡିଓ ଭାଇରାଲ ହେବା ପରେ କିଛି ଲୋକ ଟଙ୍କା କ’ଣ ନ କରିପାରେ ବୋଲି କହି ସଲମାନଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତିି ।

କିଛି ଲୋକ ସଲମାନଙ୍କୁ ବ୍ୟାକ୍‌ଗ୍ରାଉଣ୍ଡ ଡ଼୍ୟାନ୍‌ସର ଭାବରେ ଦେଖି ବିଶ୍ୱାସ କରି ପାରୁ ନଥିବା ମଧ୍ୟ ଦେଖାଯାଇଛି । ଅନ୍ୟ ପକ୍ଷରେ କିଛି ଲୋକ,ଯେତେବେଳେ ଜଣେ ଏତେ ଧନୀ ହୋଇଯାଏ,ସେତେବେଳେ ସଲମାନ ଖାନ୍‌ଙ୍କ ଭଳି ଲୋକ ବ୍ୟାକ୍‌ଗ୍ରାଉଣ୍ଡ ଡ଼୍ୟାନ୍‌ସର ବନିଯାଆନ୍ତି ବୋଲି ଲେଖିଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର