ଏହି ଧାରାବାହିକର ଅଭିନେତାଙ୍କୁ ରକ୍ତରେ ଚିଠି ଲେଖି ପଠାଇଲେ ମହିଳା ପ୍ରଶଂସକ

ମୁମ୍ବାଇ : ସୋସିଆଲ ମିଡିଆରେ ଲୋକମାନେ ନିଜ ମନ ପସନ୍ଦର କଳାକାରଙ୍କୁ ଭଲ ପାଇବା ଓ ଶ୍ରଦ୍ଧା ପ୍ରଦର୍ଶନ କରିଥାନ୍ତି । କିଛି ପ୍ରଶଂସକ ନିଜ ସୀମାରେ ରହୁଥିବା ବେଳେ କିଛି ପ୍ରଶଂସକ ନିଜ ସୀମା ବାହାରକୁ ଯାଇ ନିଜ ପସନ୍ଦର କଳାକାରଙ୍କୁ ନିଜର ଭଲ ପାଇବା ଦେଖାଇବାକୁ ଚେଷ୍ଟା କରିଥାନ୍ତି । ସେଭଳି କିଛି ଘଟିଛି ‘ଇସ୍କ ସୁୁହାନ୍‌ ଆଲ୍ଲା’ ଧାରାବାହିକର ଅଭିନେତା ଅଦନାନ୍‌ ଖାନ୍‌ଙ୍କ ସହ । ଏହି ଧାରାବାହିକ ଆରମ୍ଭ ହେବା ପରେ ଅଦନାନ୍‌ଙ୍କ ପ୍ରଶଂସକଙ୍କ ସଂଖ୍ୟା ବଢ଼ିଥିବା ବେଳେ ଜଣେ ମହିଳା ପ୍ରଶଂସକ ତାଙ୍କ ପାଖକୁ ରକ୍ତରେ ଚିଠି ଲେଖିଥିବା ଜଣା ପଡ଼ିଛି । ଏହି ଚିଠି ପାଇବା ପରେ ଅଦ୍‌ନାନ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ।

jansatta.com

ଏହି ଚିଠି ପାଇବା ପରେ ଆଗକୁ ଆଉ ଯେମିତି ଏଭଳି କେହି ନ କରନ୍ତୁ ସେ ନେଇ ଅନୁରୋଧ କରିଛନ୍ତି ଅଦନାନ୍‌ । ସୂଚନା ମୁତାବକ,ଏହି ସୋ’ ଆରମ୍ଭ ହେବା ପରେ ଏହି ସୋ’କୁ ଦର୍ଶକଙ୍କ ଭଲ ପାଇବା ମିଳିଛି । ଧାରାବାହିକର କାହାଣୀ ଭିନ୍ନ ଥିବା ବେଳେ ଖୁବ୍‌ କମ ସମୟରେ ଲୋକମାନଙ୍କ ମନରେ ରାଜ କରିବା ଆରମ୍ଭ କରିଛି ଏହି ଧାରାବାହିକ ।

ସମ୍ବନ୍ଧିତ ଖବର