ଶାହିଦ୍‌ କପୁରଙ୍କ ସହ ନୁହେଁ ଏହି ହିରୋଙ୍କ ସହ ରୋମାନସ୍‌ କରିଥାନ୍ତେ କରୀନା କପୁର !

ଆଜି ଶାହିଦ୍‌ କପୁର-କରୀନା କପୁର ଅଭିନୀତ ସୁପରହିଟ୍‌ ସିନେମା‘ଜବ୍‌ ଉଇ ମେଟ୍‌ ’ରିଲିଜ ହେବାର ଠିକ୍‌ ୧୦ ବର୍ଷ ପୂରଣ କରୁଛି। ଏହା ୨୦୦୭ ମସିହା ଅକ୍ଟୋବର ୨୬ ତାରିଖରେ ପରଦାକୁ ଆସିଥିଲା। ଏଥିରେ ଶାହିଦ୍‌ କପୁର ଆଦିତ୍ୟ କଶ୍ୟପ ଏବଂ କରୀନା କପୁର ଗୀତ ଭୂମିକାରେ ନଜର ଆସିଥିଲେ। ଉଭୟଙ୍କ ପ୍ରେମ କାହାଣୀକୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଥିଲା। କହିବା ବାହୁଲ୍ୟ ଯେ‘ଜବ୍‌ ଉଇ ମେଟ୍‌ ’ସିନେମାରେ ଉଚ୍ଚକୋଟିର ଅଭିନୟ କରି କରୀନା କପୁର ପାଇଥିଲେ ଶ୍ରେଷ୍ଠ ଅଭିନେତ୍ରୀଭାବେ ଫିଲ୍ମ ଫେଆର୍‌ ପୁରସ୍କାର।ଏହି ଅବସରରେ ଏହାର ଅଜଣା କଥା ଆମେ ଆପଣଙ୍କୁ ଜଣାଉଛୁ।

ଫିଲ୍ମରେ କରିନା କିନ୍ତୁ ବବିଙ୍କ ସହ କାମ କରିବାକୁ ରାଜି ହୋଇନଥିଲା । ପୂର୍ବରୁ କରୀନା ବବିଙ୍କ ସହ ଅଜନବୀ ଭଳି ହିଟ ସିନେମାରେ କାମ କରିଥିଲେ ବି ଏଥର ରାଜି ହୋଇନଥିଲେ। ସେ ତାଙ୍କର ବୟଫ୍ରେଣ୍ଡ ଶାହିଦ୍‌ କପୁରଙ୍କୁ ହିରୋ ଭାବେ ସାଇନ୍‌ କରିବାକୁ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ଉପରେ ଚାପ ପକେଇଲେ । ପ୍ରାୟ ଛଅ ମାସ ପରେ ଶାହିଦ୍‌ ଏହି ଫିଲ୍ମରେ ଇନ୍‌ ହେଲେ ଓ ବବି ଆଉଟ୍‌ ।

ନିର୍ଦ୍ଦେଶକ ଇମତିଆଜ୍‌ ଅଲ୍ଲୀଙ୍କ ପ୍ରଥମ ସିନେମା ଥିଲା ‘ଶୋଚା ନ ଥା’। ସେଥିରେ ଅଭୟ ଦେଓଲ୍‌ ଥିଲେ ନାୟକ ।ଏହାପରେ ସେ ଅନ୍ୟ ଏକ ସିନେମାର କାହାଣୀ ପ୍ରସ୍ତୁତ କରିଥିଲେ। ଠିକ୍‌ ସେହି ସମୟରେ ଅଭିନେତା ବବି ଦେଓଲ୍‌‘ଶୋଚା ନ ଥା’ ଦେଖି ସେଥିରେ ଏତେ ମୁଗ୍ଧ ହୋଇଥିଲେ ଯେ ସେ ନିଜେ ଇମତିଆଜଙ୍କ ପାଖକୁ ଯାଇ ତାଙ୍କ ସହ କାମ କରିବାର ଇଚ୍ଛା ଜାହିର କରିଥିଲେ। ଏହି ସମୟରେ ସିଦ୍ଧି ବିନାୟକ ଫିଲ୍ମସ ଓ ନିର୍ଦ୍ଦେଶକ ଇମତିଆଜ୍‌ ଅଲ୍ଲୀ ବବି ଦେଓଲଙ୍କୁ ଏକ ଫିଲ୍ମର ଅଫର୍‌ ଦେଇଥିଲେ । ଏହାର କାହାଣୀ ଶୁଣିବା ପରେ ସେ ଉତ୍ସାହିତ ହୋଇଥିଲେ । ସେତେବେଳେ ତା’ର ଟାଇଟଲ ଥିଲା ‘ ଗୀତ୍‌ । ପରେ ଏହି ଫିଲ୍ମ ପାଇଁ କରିନା କପୁରଙ୍କୁ ନାୟିକା ଭାବେ ପ୍ରଥମେ ଚୁକ୍ତିବଦ୍ଧ କରାଗଲା ।

ଫିଲ୍ମରେ କରିନା କିନ୍ତୁ ବବିଙ୍କ ସହ କାମ କରିବାକୁ ରାଜି ହୋଇନଥିଲା । ପୂର୍ବରୁ କରୀନା ବବିଙ୍କ ସହ ଅଜନବୀ ଭଳି ହିଟ ସିନେମାରେ କାମ କରିଥିଲେ ବି ଏଥର ରାଜି ହୋଇନଥିଲେ। ସେ ତାଙ୍କର ବୟଫ୍ରେଣ୍ଡ ଶାହିଦ୍‌ କପୁରଙ୍କୁ ହିରୋ ଭାବେ ସାଇନ୍‌ କରିବାକୁ ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ଉପରେ ଚାପ ପକେଇଲେ । ପ୍ରାୟ ଛଅ ମାସ ପରେ ଶାହିଦ୍‌ ଏହି ଫିଲ୍ମରେ ଇନ୍‌ ହେଲେ ଓ ବବି ଆଉଟ୍‌ । ଏହାପରେ ଏହାର ନାଆଁ ରଖାଯାଇଥିଲା ‘ଜବ୍‌ ଉଇ ମେଟ୍‌ ’ । ଏହାପରେ ବବିଙ୍କ ମନ ଭାଙ୍ଗି ଯାଇଥିଲା ଓ ବଲିଉଡଠୁ ସାମୟିକ ଭାବେ ଦୂରେଇ ଯାଇଥିଲେ ।

photo-dnaindia.com

ଏଠାରେ ସୂଚନାଯୋଗ୍ୟ ଯେ ରାଜ କୁମାର ସନ୍ତୋଷୀଙ୍କ ନିର୍ଦ୍ଦେଶିତ ‘ବରସାତ୍‌’ ଫିଲ୍ମରୁ ବବି ଦେଓଲ୍‌ କ୍ୟାରିଅର୍‌ ଆରମ୍ଭ କରିଥିଲେ ଏବଂ ପରେ ପରେ ସୋଲଜର୍‌, ବାଦଲ୍‌, ଗୁପ୍ତ, ଅଜନବୀ, ହମ୍‌ରାଜ୍‌ ଭଳି କେତୋଟି ହିଟ୍‌ ଫିଲ୍ମ ଦେଇଥିଲେ । କିନ୍ତୁ ତା’ପରେ ତାଙ୍କର କ୍ୟାରିଅର୍‌ ଧିମେଇ ଯାଇଥିଲା । ତା’ଛଡ଼ା ତାଙ୍କୁ ପ୍ରାୟତଃ ମଲଟିଷ୍ଟାରର୍‌ ସିନେମାରେ କାମ କରିବାର ସୁଯୋଗ ମିଳୁ ଥିଲା। ଏଣୁ ବବି ଚାହୁଁଥିଲେ ତାଙ୍କୁ ଏକ ଭିନ୍ନ ଧରଣର ସିନେମା ମିଳୁ ଯେଉଁଥିରେ ସେ ସୋଲୋ ହିରୋଭାବେ ଦେଖା ଦେବେ । ସେ ଆଶା କରିଥିଲେ ଇମତିଆଜ୍‌ ଅଲ୍ଲୀ ତାଙ୍କ କ୍ୟାରିଅରକୁ ନୂଆ ମୋଡ ଦେବେ ହେଲେ କରୀନା ସବୁ ବିଗାଡ଼ି ଦେଇଥିଲେ।ଏହା ବବି ଦେଓଲଙ୍କ ପାଇଁ ଧକ୍କା ସଦୃଶ ଥିଲା।

ସମ୍ବନ୍ଧିତ ଖବର