ଷ୍ଟାର ହୋଇ ମଧ୍ୟ ପକେଟରେ ସଲମାନ ଖାନ୍‌ଙ୍କ ଫଟୋ ନେଇ ବୁଲୁଥିଲେ ଜାକି ଶ୍ରଫ୍‌, ପ୍ରଥମ ଥର ଜଣାଇଲେ କାରଣ

ମୁମ୍ବାଇ : ଆଜି ସୁପରଷ୍ଟାର ସଲମାନ ଖାନ୍‌ଙ୍କ ଫିଲ୍ମ ଭାରତ ଦେଶର ୪,୦୦୦ସ୍କ୍ରିନ୍‌ରେ ରିଲିଜ୍‌ ହୋଇଛି । ପ୍ରଥମ ଦିନରେ ହିଁ ଫିଲ୍ମଟି ଦର୍ଶକଙ୍କ ମନ ଜିଣିବା ଆରମ୍ଭ କରିଛି । ଏହି ଫିଲ୍ମରେ ସଲମାନ ଖାନ୍‌ ମୁଖ୍ୟ ଭୂମିକାରେ ନଜର ଆସୁଥିବା ବେଳେ ତାଙ୍କ ବାପାଙ୍କ ଚରିତ୍ରରେ ନଜର ଆସିଛନ୍ତି ଅଭିନେତା ଜାକି ଶ୍ରଫ୍‌ । ତେବେ କେବଳ ପରଦା ଉପରେ ନୁହେଁ ନିଜ ଅସଲ ଜୀବନରେ ମଧ୍ୟ ସଲମାନଙ୍କୁ ନିଜ ପୁଅ ବୋଲି ଭାବନ୍ତି ଜାକି ।

Times of India

କିଛି ଦିନ ତଳେ ଦେଇଥିବା ଏକ ସାକ୍ଷାତକାରେ ଜାକି ଶ୍ରଫ୍‌ ସଲମାନଙ୍କ ସହ ତାଙ୍କର ସଂପର୍କ କିଭଳି ସେ ବିଷୟରେ ଜଣାଇଥିଲେ । ତାଙ୍କ କହିବା ଅନୁଯାୟୀ, ୧୯୮୮ରେ ରିଲିଜ୍‌ ହୋଇଥିବା ଫିଲ୍ମ ଫଲକ ସମୟରେ ସଲମାନଙ୍କ କିଛି ଫଟୋ ମୁଁ ଉଠାଇଥିଲି । ଯାହାକୁ ମୁଁ ସବୁବେଳେ ପକେଟରେ ରଖି ବୁଲେ । ସଲମାନଙ୍କ ପାଇଁ ମୁଁ ତାଙ୍କ ଫଟୋ ବିଭିନ୍ନ ପ୍ରଯୋଜକଙ୍କୁ ଦେଖାଇବା ସହ କାମ ମାଗୁଥିଲି । ମୁଁ ସେବେଠୁ ଜାଣିଥିଲି, ଏ ପିଲାଟି ନିଶ୍ଚୟ ଦିନେ ବଡ଼ ଷ୍ଟାର ହେବ ।

ସମ୍ବନ୍ଧିତ ଖବର