କରୋନା ପାଇଁ ଚଳଚ୍ଚିତ୍ର ରିଲିଜ୍ ହେଉନାହିଁ କି ସୁଟିଂ ମଧ୍ୟ ଆରମ୍ଭ ହୋଇନାହିଁ। ମାତ୍ର ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଡିଜ୍ ନିଜର କାମ ଜାରି ରଖିଛନ୍ତି। ସଂପ୍ରତି ଗେନ୍ଦା ଫୁଲ୍ ଓ ସଲମନ ଖାନ୍ଙ୍କ ତେରେ ବିନା.. ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି। ଡିଜିଟାଲ୍ ପ୍ଲାଟଫର୍ମରେ ସେ ମିସେସ୍ ସିରିଏଲ୍ କିଲର ସହ ପ୍ରବେଶ କରିଥିବା ବେଳେ ‘ହୋମ ଡ୍ୟାନ୍ସର’ ନାମରେ ଏକ ୱେବ ରିଅଲିଟି ସୋ’ ଡିସ୍ନି+ରେ ଆସୁଛି। ସେ ତେରେ ବିନା.. ଗୀତର ସୁଟିଂ ସ୍ମୃତିକୁ ବଖାଣି କହିଛନ୍ତି, ଏହା ସପ୍ତାହେ ବ୍ୟାପି ଚାଲିଥିଲା। ଏଥିପାଇଁ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା। ସଂପ୍ରତି ସେ ସଲମନ ଖାନ୍ଙ୍କ ପାନଭେଲ୍ ହାଉସରେ ସମୟ କାଟୁଥିବା ବେଳେ କହିଛନ୍ତି, ମୁଁ ନାଚିବା ସହ ଭିନ୍ନ ଭିନ୍ନ ଦିଗରେ କାମ କରିବାକୁ ଭଲ ପାଏ। ଏହା ମୋର ଫିଟ୍ନେସର ଅଂଶବିଶେଷ। ନାଚିବା ଦ୍ବାରା ମୋ ଶରୀର ଉପରେ ଏହାର ସକରାତ୍ମକ ପ୍ରଭାବ ପଡ଼େ ଏବଂ ନକରାତ୍ମକ ଚିନ୍ତା ଦୂର କରିବାରେ ସହାୟକ ହୁଏ। ସମସ୍ତେ ଲକ୍ଡାଉନରେ ଥିବା ବେଳେ ମୁଁ ମୋ ସମୟକୁ ଖୁବ୍ ବିନିଯୋଗ କରୁଛି।
ତେରେ ବିନା.. ସୁଟିଂର ସ୍ମୃତି ବଖାଣିଲେ ଜାକଲିନ୍
/sambad/media/post_attachments/wp-content/uploads/2020/05/sfhsfh4sf98h7s89h7sf98hsfhhhhhhhhhhhhhhhshfshfhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)