ଜାକ୍‌ଲିନ୍‌ଙ୍କ ଓ୍ଵାର୍କଆଉଟ୍‌ ଭିଡ଼ିଓ ହେଲା ଭାଇରାଲ, ଗୋଟିଏ ଦିନରେ ଦେଖିଲେ ୮୭ ଲକ୍ଷ ଲୋକ

ମୁମ୍ବାଇ : ବଲିଉଡ୍‌ରେ ନିଜର ଫିଟ୍‌ନେସ୍‌ ପାଇଁ ପ୍ରସିଦ୍ଧି ପାଇଥିବା ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ସବୁବେଳେ ତାଙ୍କର ଫିଟ୍‌ନେସ୍‌ ଭିଡ଼ିଓକୁ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚାରେ ରହିଥାନ୍ତି । ନିଜର ଖୁସ୍‌ମିଜାଜ୍‌ ଚରିତ୍ର ପାଇଁ ଦର୍ଶକଙ୍କ ମନରେ ରାଜ୍‌ କରୁଥିବା ସିଂହଳୀ ସୁନ୍ଦରୀ ନିକଟରେ ଏକ ଓ୍ଵାର୍କଆଉଟ୍‌ ଭିଡ଼ିଓ ପ୍ରସ୍ତୁତ କରି ସୋସିଆଲ ମିଡ଼ିଆରେ ଛାଡ଼ିଛନ୍ତି । କେବଳ ଗୋଟିଏ ଦିନ ମଧ୍ୟରେ ଭିଡ଼ିଓକୁ ୮୭ ଲକ୍ଷ ଦର୍ଶକ ଦେଖିସାରିଛନ୍ତି। ଭିଡ଼ିଓରେ ଜାକ୍‌ଲିନ୍‌ ସ୍ପିଲ୍ଟିଂ କରୁଥିବାର ଦେଖିବାକୁ ମିଳିଥିଲେ ।

TopYaps

ଏହି ଭିଡ଼ିଓକୁ ଶେୟାର କରିବା ସହ ଜାକ୍‌ଲିନ୍‌ କ୍ୟାପସନ୍‌ରେ ଲେଖିଥିଲେ, ସତରେ ମୁଁ ନିଜେ ମଧ୍ୟ ଜାଣି ନ ଥିଲି ମୁଁ ଏତେ ଭଲ ସ୍ପିଲ୍ଟିଂ କରେ । ଆପଣଙ୍କ ଗୁରୁ , ମେଣ୍ଟର ଏବଂ ଟିଚର ହିଁ ଆପଣଙ୍କ ଅନ୍ତର୍ନିହିତ ପ୍ରତିଭା ବିକଶିତ କରିପାରିବେ। ସେମାନେ ହିଁ ଆପଣଙ୍କୁ ଆଗକୁ ବଢ଼ିବାର ପ୍ରୋତ୍ସାହନ ଦେଇଥାନ୍ତି, କାରଣ ସେମାନେ ହିଁ ଜାଣିଥାନ୍ତି ଆପଣ କ’ଣ କରିବା ପାଇଁ ସକ୍ଷମ ।

ଅଭିନେତ୍ରୀ ଜାକ୍‌ଲିନ୍‌ଙ୍କୁ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରେସ୍‌-୩’ରେ ସଲମାନ୍‌ଙ୍କ ବିପକ୍ଷରେ ଦେଖିବାକୁ ମିଳିବ । ଚଳଚ୍ଚିତ୍ରଟି ଇଦ୍‌ରେ ରିଲିଜ୍‌ ହେବାକୁ ଥିବା ବେଳେ ଏହାର କଳାକାରମାନେ ବର୍ତ୍ତମାନ ଫିଲ୍ମର ପ୍ରମୋସନ୍‌ କାମରେ ଲାଗିଛନ୍ତି । ତେବେ ଅଭିନେତ୍ରୀ ଏହି ଭିଡ଼ିଓଟିକୁ ଦବଙ୍ଗ ଟୋଟ୍‌ ରିଲୋଡ଼ଡ଼୍‍ କନ୍‌ସର୍ଟ ଟ୍ଵୁର୍‌ରେ ପ୍ରସ୍ତୁତ କରିଛନ୍ତି । ଏଥି ସହ ଏହି ଯାତ୍ରାରେ ଜାକ୍‌ଲିନ୍‌ଙ୍କ ସହିତ ସୋନାକ୍ଷୀ, ଡ଼େଜି ସାହା , ସଲମାନ୍‌ ଖାନ୍‌,କାଟ୍ରିନା କେଫ୍‌ ଆଦିଙ୍କୁ ଦେଖିବାକୁ ମିଳିବ ।

ସମ୍ବନ୍ଧିତ ଖବର