ଦୁର୍ଘଟଣାର ସମ୍ମୁଖୀନ ହେଲେ ଜାକ୍‌ଲିନ: ସଲୁ ମିଆଁଙ୍କ ପାର୍ଟିରୁ ଫେରୁଥିବା ବେଳେ କାର୍‌ ସହ ଅଟୋ ଧକ୍କା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ମୁମ୍ବାଇର ବାନ୍ଦ୍ରାଠାରେ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଅପରାହ୍ନ ୨.୪୫ ମମୟରେ ଜାକ୍‌ଲିନ୍‌ଙ୍କ କାର୍‌ରେ ଏକ ଅଟୋ ରିକ୍ସା ଧକ୍କା ହେବାରୁ ଏହି ଦୁର୍ଘଟଣା ଉପୁଜିଛି ବୋଲି ଜାଣିବାକୁ ମିଳିଛି। ସଲମାନ ଖାନଙ୍କ ଗାଲାକ୍ସି ଆପର୍ଟମେଣ୍ଟ୍‌ରେ ‘ରେସ୍‌-୩’ ପାଇଁ ହେଉଥିବା ପାର୍ଟିରେ ଯୋଗ ଦେବା ପରେ ଜ୍ୟାକ୍‌ ଘରକୁ ଫେରୁଥିବା ବାଟରେ ଏପରି ହୋଇଛି। ଜଣେ ମଦ୍ୟମ ଅଟୋ ଚାଳକ ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ବୋଲି ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି। ଖବର ପାଇଁ ପୁଲିସ୍‌ ସଙ୍ଗେ ସଙ୍ଗେ ଆସି ଘଟଣାସ୍ଥଳରେ ପହଞ୍ଚିଥିଲା। ଆମେ ସଂପୂର୍ଣ୍ଣ ଠିକ୍‌ ଅଛୁ ବୋଲି ଜାକ୍‌ଲିନ୍‌ ବୟାନ ଦେଇଛନ୍ତି। ତାଙ୍କ କାର୍‌ ସାମାନ୍ୟ ଭାଙ୍ଗି ରୁଜି ଯାଇଥିବା ଦେଖିବାକୁ ମିଳିଛି।

ସଲମାନ ତାଙ୍କ ଚଳଚ୍ଚିତ୍ର ‘ରେସ୍‌-୩’ ପାଇଁ ନିଜ ଗାଲାକ୍ସି ଆପାର୍ଟମେଣ୍ଟ୍‌ରେ ସକାଳ ୧୦.୩୦ ସମୟରେ ଏକ ପାର୍ଟି ଆୟୋଜନ କରିଥିଲେ। ସେହି ପାର୍ଟିରେ ଜାକ୍‌ଲିନ୍‌ ବି ପହଞ୍ଚିଥିଲେ। ସେ ପ୍ରାୟ ଅପରାହ୍ନ ୨.୨୦ ସମୟରେ ପାର୍ଟି ସାରି ଘରକୁ ଫେରୁଥିଲେ। କିଛି ବାଟ ଅତିକ୍ରମ କରିବା ପରେ ତାଙ୍କ କାର୍‌ ସହ ଏକ ଅଟୋ ବାଡ଼େଇ ହେବାରୁ ସେ ଏପରି ଦୁର୍ଘଟଣାରେ ସମ୍ମୁଖୀନ ହୋଇଛନ୍ତି। ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର