ଶ୍ରୀଦେବୀଙ୍କ ଏହି ଫିଲ୍ମ ଦେଖିବା ପରେ ତାଙ୍କୁ ଖରାପ ଲାଗିବାରୁ ମା’ଙ୍କ ଠାରୁ ୩ ଦିନ ଦୂରରେ ରହିଥିଲେ ଜାହ୍ନବୀ

ମୁମ୍ବାଇ : ବଲିଉଡ୍‌ର ପ୍ରଥମ ମହିଳା ସୁପରଷ୍ଟାର ଶ୍ରୀଦେବୀ ପାଖାପାଖି ୫୦୦ଟି ଫିଲ୍ମ କରିଥିବା ବେଳେ ସୁପରଷ୍ଟାର ବନିବାରେ ସଫଳ ହୋଇଥିଲେ । ସେ ଆଜି ଧରାପୃଷ୍ଠରେ ନଥାଇ ମଧ୍ୟ ତାଙ୍କ ଅଭିନୟର ଛାପ ସେ ସମସ୍ତଙ୍କ ମନରେ ଛାଡ଼ି ଯାଇଛନ୍ତି । ଆଜି ବି ଲୋକେ ତାଙ୍କୁ ତାଙ୍କ ଅଭିନୟ ପାଇଁ ମନେ ରଖିଛନ୍ତି । ଶ୍ରୀଦେବୀଙ୍କ ପରେ ଏବେ ତାଙ୍କ ଝିଅ ଜାହ୍ନବୀ ନିଜର ପ୍ରଶଂସକ ବନାଇବା ଆରମ୍ଭ କରିଛନ୍ତି । ଜୁଲାଇ ୨୦ରେ ତାଙ୍କ ଫିଲ୍ମ ‘ଧଡ଼କ’ ରିଲିଜ ହେବାକୁ ଥିବା ବେଳେ ଏବେ ଚର୍ଚ୍ଚାର ଶୀର୍ଷରେ ଅଛନ୍ତି ଜାହ୍ନବୀ ।

Bollywood Hungama

ଏବେ ଆଉ ଏକ ଘଟଣାକୁ ନେଇ ଆଲୋଚନାର ପରିସରକୁ ଆସିଛନ୍ତି ଜାହ୍ନବୀ କପୁର । ଶ୍ରୀଦେବୀଙ୍କର ଏକ ଫିଲ୍ମ ଦେଖିବା ପରେ ଜାହ୍ନବୀ ତାଙ୍କ ସହ କଥା ନ ହେବା ସହ ତାଙ୍କୁ ଖରାପ ବୋଲି ଭାବି ୩ ଦିନ ତାଙ୍କଠାରୁ ଦୂରରେ ରହିଥିଲେ । ସେତେବେଳେ ଜାହ୍ନବୀଙ୍କୁ ୬ବର୍ଷ ହୋଇଥିଲା । ଶ୍ରୀଦେବୀଙ୍କ ଫିଲ୍ମ ‘ସଦ୍‌ମା’ ଦେଖିବା ପରେ କାହାଣୀରେ କମଲ ହସନଙ୍କୁ ଛାଡ଼ି ଚାଲି ଯାଉଥିବାରୁ ରାଗରେ ଜାହ୍ନବୀ ଶ୍ରୀଦେବୀଙ୍କ ସହ କଥା ହୋଇ ନଥିଲେ । ତୁମେ ବହୁତ ଖରାପ । ତୁମେ ତାଙ୍କ ସହ ବହୁତ ଖରାପ କରିଛ ବୋଲି କହି ଜାହ୍ନବୀ ଶ୍ରୀଦେବୀଙ୍କ ସହ କଥା ହେବା ବନ୍ଦ କରି ଦେଇଥିଲେ ।

ସମ୍ବନ୍ଧିତ ଖବର