ଜାହ୍ନବୀଙ୍କ ଖୁଲାସା: ବଲିଉଡ୍‌ରେ ଡେବ୍ୟୁ ପୂର୍ବରୁ ଇନ୍‌ଷ୍ଟାଗ୍ରାମରୁ ପ୍ରାଇଭେଟ ଫଟୋ ହଟାଇଥିଲି

ମୁମ୍ବାଇ: ଫିଲ୍ମ ଧଡ଼କ ପାଇଁ ଏବେ ଚର୍ଚ୍ଚାରେ ଜାହ୍ନବୀ କପୁର । ଫିଲ୍ମର କିଛି ଗୀତ ରିଲିଜ୍‌ ହୋଇ ସାରିଥିବା ବେଳେ ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ ହୋଇ ସାରିଛି । ଟ୍ରେଲର ରିଲିଜ୍‌ ପରେ ଏକ ଟିନ୍‌ ଏଜ୍‌ର ଲଭ୍‌ଷ୍ଟୋରିକୁ ଦେଖିବା ପାଇଁ ଦର୍ଶମାନେ ଅନାଇ ବସିଛନ୍ତି । ଫିଲ୍ମଟି ୨୦୧୬ରେ ରିଲିଜ୍‌ ହୋଇଥିବା ମରାଠି ଫିଲ୍ମ ସୈରାତ୍‌ର ରିମେକ୍‌ ହୋଇଥିବା ବେଳେ ଏହାକୁ ନେଇ ଦର୍ଶମାନଙ୍କ ଉତ୍ସାହ ବଢ଼ିବାରେ ଲାଗିଛି । ଫିଲ୍ମରେ ଜାହ୍ନବୀଙ୍କ ବିପକ୍ଷରେ ନଜର ଆସୁଛନ୍ତି ଶାହିଦ୍‌ କପୁରଙ୍କ ଭାଇ ଇଶାନ ଖଟ୍ଟର ।

CrunchWood

ଆଗକୁ ଫିଲ୍ମ ରିଲିଜ ହେବାକୁ ଥିବା ବେଳେ ଫିଲ୍ମରେ ଥିବା ଷ୍ଟାରକାଷ୍ଟ ଏବେ ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ତେବେ ପ୍ରକୃତ କଥା ହେଲା ନିଜ ଫିଲ୍ମର ପ୍ରମୋସନ ସମୟରେ ଜାହ୍ନବୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟକୁ ନେଇ ଖୁଲାସା କରିଛନ୍ତି । ବଲିଉଡ୍‌ରେ ଡ଼େବ୍ୟୁ କରିବା ପୂର୍ବରୁ ଜାହ୍ନବୀ ପ୍ରଥମେ ଇନ୍‌ଷ୍ଟାଗ୍ରାମରୁ ନିଜର ପ୍ରାଇଭେଟ୍‌ ଫଟୋ ହଟାଇଥିଲେ ବୋଲି କହଛନ୍ତି । ଜଣେ ସେଲିବ୍ରିଟି ହେବା ପରେ ତାଙ୍କ ଜୀବନ ଏକ ଖୋଲାବହି ହୋଇଯିବ ବୋଲି ଜାଣି ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରୁ ପ୍ରାଇଭେଟ୍‌ ଫଟୋ ହଟାଇବା ସହ ଆକାଉଣ୍ଟକୁ ପବ୍ଲିକ କରିଥିଲେ ବୋଲି କହିଥିଲେ ।

ସମ୍ବନ୍ଧିତ ଖବର