ମାଆ ଶ୍ରୀଦେବୀଙ୍କର ନୁହେଁ , ଅନ୍ୟ ତିନି ନାୟିକାଙ୍କର ଭୂମିକା ନିଭାଇବାକୁ ଚାହାଁନ୍ତି ଜାହ୍ନବୀ କପୁର!

0 367

ମୁମ୍ବାଇ: ବଲିଉଡର ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ବଡ଼ ଝିଅ ଜାହ୍ନବୀ କପୁରଙ୍କ ପ୍ରଥମ ସିନେମା ସୈରାଟ୍‌ ଏବେ ରିଲିଜ୍‌ ଅପେକ୍ଷାରେ ରହିଛି।ଏହାର ପ୍ରମୋସନ୍‌ ସମୟରେ ଜାହ୍ନବୀ କପୁର କହିଛନ୍ତି ଯେ ମାଆ ତାଙ୍କର ମଡେଲ । ସେ ମାଆଙ୍କ ପ୍ରେରଣାରେ ସିନେମା ଓ ଅଭିନୟ କ୍ଷେତ୍ରକୁ ଆସିଛନ୍ତି। ହେଲେ ଏବେ ସେ ଏକ ଭିନ୍ନ କଥା କହି ସମସ୍ତଙ୍କୁ ଚମକାଇ ଦେଇଛନ୍ତି।
ଶ୍ରୀଦେବୀ ନୁହଁନ୍ତି,ବରଂ ସେ ଅନ୍ୟ ତିନି ଜଣ ପ୍ରଖ୍ୟାତ ନାୟିକାଙ୍କୁ ବି ଖୁବ୍‌ ପସନ୍ଦ କରନ୍ତି।ଜାଣନ୍ତି ଜାହ୍ନବୀଙ୍କ ଏହି ପ୍ରିୟ ତିନି ନାୟିକା କେଉଁମାନେ ! ହଁ ସେମାନେ ହେଲେ ମଧୁବାଲା,ବହିଦା ରହମାନ୍‌ ଓ ମୀନା କୁମାରୀ। ସେ ଏହି ତିନି ନାୟିକାଙ୍କ ଅଭିନୀତ ଚରିତ୍ରରେ ଅଭିନୟ କରିବାକୁ ଇଚ୍ଛା ରଖନ୍ତି ବୋଲି କହିଛନ୍ତି ଜାହ୍ନବୀ କପୁର।ଏହି ନାୟିକାମାନଙ୍କ କୌଣସି ଫିଲ୍ମର ରିମେକ୍‌ରେ ତାଙ୍କୁ ସୁଯୋଗ ମିଳିଲେ ତାହା ତାଙ୍କଲାଗି ଗୌରବର ବିଷୟ ହେବ ବୋଲି ଜାହ୍ନବୀ କହିଛନ୍ତି।

ସେ କହିଛନ୍ତି ଯେ,ମଧୁବାଲାଙ୍କ ଅଭିନୀତସେ କହିଛନ୍ତି ଯେ,ମଧୁବାଲାଙ୍କ ଅଭିନୀତ ଫିଲ୍ମ ‘ମୁଗଲ-ଏ-ଆଜମ୍‌’,‘ଚଲତି କା ନାମ ଗାଡି ’ଓ ‘ମିଷ୍ଟର ଆଣ୍ଡ୍‌ ମିସେସ୍‌-୫୫’, ବହିଦାା ରହମାନ୍‌ଙ୍କ ଅଭିନୀତ ‘ଗାଇଡ୍‌’,‘ପ୍ୟାସା’ ଏବଂ ମୀନା କୁମାରୀଙ୍କ ଅଭିନୀତ ‘ପାକିଜା’,‘ସାହେବ୍‌ ବିବି ଔର୍‌ ଗୁଲାମ୍‌’ ମଧ୍ୟ ଦେଖିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.