ଇଶାନ ଖଟ୍ଟରଙ୍କୁ ନୁହେଁ ବରଂ ଅକ୍ଷତ୍‌ ରଞ୍ଜନଙ୍କୁ ଡେଟ୍‌ କରୁଛନ୍ତି ଜାହ୍ନବୀ,ଜାଣନ୍ତୁ ସେ କିଏ?

ମୁମ୍ବାଇ : ଫିଲ୍ମ ‘ଧଡ଼କ’ ରିଲିଜ ହେବା ପରେ ଚର୍ଚ୍ଚିତ ହୋଇଥିଲେ ଶ୍ରୀଦବୀଙ୍କ ଝିଅ ଜାହ୍ନବୀ କପୁର । ଏହାର ଇଶାନ ଖଟ୍ଟରଙ୍କ ସହ ତାଙ୍କର ପ୍ରେମ ସଂପର୍କ ରହିଥିବା କଥା ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା । ଦୁହିଁଙ୍କୁ ଅନେକ ସାଥୀରେ ଦେଖା ଯାଉଥିବା ବେଳେ ଦୁହେଁ ପରସ୍ପରକୁ ଡେଟ କରୁଥିବା ଖବର ମିଳିଥିଲା । କିନ୍ତୁ ଏବେ ଜାହ୍ନବୀ ଇଶାନଙ୍କୁ ନୁହେଁ ବରଂ ଅକ୍ଷତ୍‌ ରଞ୍ଜନଙ୍କୁ ଡେଟ୍‌ କରୁଥବା ଜଣାପଡ଼ିଛି । ଅକ୍ଷତ୍‌ ଜାହ୍ନବୀଙ୍କ ପିଲା ଦିନର ସାଙ୍ଗ । ଦୁହେଁ ସାଥୀରେ ଅଧିକ ସମୟ ବିତାଉ ଥିବାରୁ ଏହି ଚର୍ଚ୍ଚା ଆରମ୍ଭ ହୋଇଛି । କିନ୍ତୁ ଏ ସବୁ ଖବରକୁ ମିଛ ବୋଲି କହିଛନ୍ତି ଜାହ୍ନବୀ ।

Amar Ujala

ତାଙ୍କ କହିବା ଅନୁଯାୟୀ, ଇଶାନ ଏବଂ ଅକ୍ଷତ୍‌ଙ୍କ ମଧ୍ୟରୁ ମୁଁ କାହାକୁ ବି ଡେଟ୍‌ କରୁନାହିଁ । ଦୁଇ ଜଣ ମୋର ବହୁତ ଭଲ ବନ୍ଧୁ । ଦୁହିଁଙ୍କ ମଧ୍ୟରୁ କେହି ମୋର ପ୍ରେମିକ ନୁହନ୍ତି । ଦୟାକରି ଏଭଳି ଚର୍ଚ୍ଚା କରିବା ବନ୍ଦ କରନ୍ତୁ। ଏଭଳି ଚର୍ଚ୍ଚା ପାଇଁ ଅକ୍ଷତ୍‌ ମୋତେ ଦେଖା କରିବାକୁ ଡ଼ରିଲେଣି ବୋଲି କହିଥିଲେ ଜାହ୍ନବୀ ।

ସମ୍ବନ୍ଧିତ ଖବର