ନିଜ ମାଆଙ୍କ ପାଇଁ ଲେଖିଥିବା କବିତାରୁ ୪ ଧାଡ଼ି ପଢ଼ି ଉପସ୍ଥିତ ଦର୍ଶକଙ୍କୁ ଭାବପ୍ରବଣ କରାଇଲେ ଜାହ୍ନବୀ

ମୁମ୍ବାଇ: ଦେହାନ୍ତକୁ ବର୍ଷେ ଉପର ହୋଇଯାଇଥିଲେ ବି ଏଯାଏ ବି ମାଆ ଶ୍ରୀଦେବୀଙ୍କୁ ଝୁରି ହେଉଛନ୍ତି ସିନେ ଅଭିନେତ୍ରୀ ଜାହ୍ନବୀ କପୁର୍‌। ନିକଟରେ ଆଇଏଫ୍‌ଏଫ୍‌ଆଇ-୨୦୧୮ ରେ ଯୋଗ ଦେଇ ଜାହ୍ନବୀ ନିଜର ଏକ କବିତା ଜରିଆରେ ନିଜ ମାଆଙ୍କୁ ମନେ ପକାଇଛନ୍ତି। ତାଙ୍କ ପାଖରେ ତାଙ୍କ ବାପା ବି ବସିଥିବାର ଦେଖିବାକୁ ମିଳୁଛି। ଜାହ୍ନବୀ ନୂଆ ନୂଆ ଲେଖା ଆରମ୍ଭ କରିଥିବାରୁ ପ୍ରଥମେ କବିତାଟିକୁ ଗାଇବାକୁ ଟିକେ ସଂକୋଚ ଅନୁଭବ କରୁଥିବାର ଦେଖିବାକୁ ମିଳିଛି। ପରେ ସେ ଲେଖିଥିବା ସୁନ୍ଦର କବିତାଟିକୁ ଆବୃତି କରିବା ସହ ପୂରା ପରିବେଶକୁ ଭାବପ୍ରବଣ କରି ପକାଇଛନ୍ତି।

ନିଜ ମାଆଙ୍କ ଉଦ୍ଦେଶ୍ୟରେ ଜାହ୍ନବୀ ଲେଖିଥିବା କବିତାର ଅର୍ଥ ହେଉଛି, ‘ଛୁଆ ଥିଲି ପୁଣି ଅଚାନକ ଦିନେ ସେ ଅଧିକାର ହରେଇ ବସିଲି। ଯେଉଁ ସ୍ନେହ ପାଉଥିଲି ତାହା ଏବେ ଦୂର ହୋଇଗଲା। ନିଜ ସ୍ୱର ହଜାଇ ନିଜ ମାଆର ସ୍ୱରରେ କଥା ହେଉଛି। ଏହା ମାଧ୍ୟମରେ ମୁଁ ତାଙ୍କୁ ମୋ ପାଖରେ ବି ରଖୁଛି।’

ସମ୍ବନ୍ଧିତ ଖବର