ଭୁବନେଶ୍ୱର: ୨୦୧୯ର ପ୍ରଥମ ମାସ ଜାନୁଆରିରେ ରିଲିଜ୍‌ ହେବାକୁ ଥିବା ସିନେମା ସଂପର୍କରେ ଆସନ୍ତୁ ଜାଣିବା …

Advertisment

‘ଅଜବ ସଂଜୁର ଗଜବ ଲଭ୍‌’:- ଏବର୍ଷର ପ୍ରଥମ ସିନେମା ହେବ‘ଅଜବ ସଂଜୁର ଗଜବ ଲଭ୍‌’ । ଏହା ଜାନୁଆରି ମାସରେ ରିଲିଜ୍‌ ହେଉଥିବାର ସୂଚନା ମିଳିଛି। ଏହାର ନିର୍ଦ୍ଦେଶକ ହେଲେ ଅଶୋକ ପତି।ଏଥରେ ଓଲିଉଡର ଏକ ପପୁଲାର ପେଆର୍‌ ବାବୁସାନ୍‌-ଅର୍ଚ୍ଚିତା ପ୍ରାୟ ସାତ ବର୍ଷପରେ ପରଦା ଉପରକୁ ପୁଣି ଆସୁଛନ୍ତି।

publive-image

ତୁ ମୋ ସୁନା ଚଢ଼େଇ: ୨୦୧୯ର ଜାନୁଆରିରେ ପରଦାକୁ ଆସିବ ତୁ ମୋ ସୁନା ଚଢ଼େଇ । ଏସ୍‌ ଦିଲୀପ ପଣ୍ଡା ଏହାର ନିର୍ଦ୍ଦେଶକ। ଏହି ସିନେମାରେ ଜ୍ୟୋତି, ଏଲସା ଶ୍ରେୟା, ରାଇମୋହନ ଏବଂ ଦୈତାରି ପଣ୍ଡା ପ୍ରମୁଖ ଅଭିନୟ କରିଛନ୍ତି।

publive-image

‘ପ୍ରେମରେ ରଖିଚି ଶହେରୁ ଶହେ’: ଜାନୁଆରିରେ ଆସୁଛି ଆଉ ଏକ ନୂଆ ସିନେମା। ଏଥିରେ ଏମିତି ଦୁଇଜଣଙ୍କୁ ନାୟକ-ନାୟିକା ଭୂମିକାରେ ନେଇଛନ୍ତି ଯେଉଁମାନେ ବେଶ୍‌ ପରିଚିତ। ହେଲେ ସେ ଦୁହେଁ କେବେ ଏକାଠି କାମ କରି ନାହାନ୍ତି। ହଁ ଏହି ଯୋଡି ହେଲେ ଜ୍ୟୋତି-ରୀୟା ।ଏହି ଯୋଡିକୁ ନେଇ ନିର୍ମିତ ହେଉଥିବା ଓଡ଼ିଆ ସିନେମାର ଶୀର୍ଷକ ହେଲା-‘ପ୍ରେମରେ ରଖିଚି ଶହେରୁ ଶହେ’। ବିରଞ୍ଚି ନାରାୟଣ ପଣ୍ଡା ଓ ଦିଲୀପ ଦାଶଙ୍କ ପ୍ରଯୋଜିତ ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଓଲିଉଡର ଓଣ୍ଡର ବୟ୍‌ ସଂଜୟ ନାୟକ।