ବିଗ ବସ୍ ହାଉସରେ ସବୁ ସଦସ୍ୟଙ୍କ ସାମ୍ନାରେ ଅନୁପ ଜଲୋଟାଙ୍କୁ ଚୁମ୍ବନ ଦେଲେ ଜସଲିନ୍; ଜାଣନ୍ତୁ କେଉଁ ସର୍ତ୍ତରେ ସେ ଏପରି କଲେ

ମୁମ୍ବାଇ : ଟିଭି ଦୁନିଆର ସବୁଠାରୁ ବିବାଦୀୟ ରିୟଲିଟି ସୋ ବିଗ ବସ୍ର ୧୨ ତମ ସିଜିନ ଆରମ୍ଭ ହେବା ଠାରୁ ଚର୍ଚ୍ଚାରେ ରହିଛି । ଚଳିତ ସିଜିନରେ ପ୍ରଥମ ଥର ପାଇଁ ପ୍ରତିଯୋଗୀମାନେ ଯୋଡି ଏବଂ ଏକକ ଭାବେ ଭାଗ ନେଇଛନ୍ତି । ଏହି ସମସ୍ତ ପ୍ରତିଯୋଗୀଙ୍କ ମଧ୍ୟରେ ଭଜନ ସମ୍ରାଟ ଅନୁପ ଜଲୋଟା ଏବଂ ତାଙ୍କ ପ୍ରେମିକା ଜସଲିନ ପ୍ରଥମ ଦିନରୁ ହିଁ ଚର୍ଚ୍ଚାରେ ରହିଛନ୍ତି । ତେବେ ଏହି ଯୋଡିଙ୍କର ଏକ ଭିଡିଓ ଚ୍ୟାନେଲର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି, ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

 ଏହି ପ୍ରମୋ ଭିଡିଓରେ ଜସଲିନ ବିଗ ବସ୍ ଘରେ ଅନ୍ୟ ସଦସ୍ୟଙ୍କ ସାମ୍ନାରେ ଅନୁପ ଜଲୋଟାଙ୍କୁ ଚୁମ୍ବନ କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓରେ ଜସଲିନ ଅନୁପ ଜଲୋଟାଙ୍କୁ କହୁଛନ୍ତି, ମୁଁ ଆଜି ଆପଣଙ୍କୁ ଏକ କଥା କହିବି ଏହା ଆପଣଙ୍କୁ ପାଳନ କରିବାକୁ ପଡିବ । ଆପଣ କିଛି କରିବେ ନାହିଁ କି ଏହାକୁ ଲିଭାଇବେ ନାହିଁ । ଏହା ପରେ ଜସଲିନ ଅନୁପ ଜଲୋଟାଙ୍କ ମଥାରେ ଏବଂ ଗାଲରେ କିସ କରି ଲିପଷ୍ଟିକର ଦାଗ ଛାଡି ଦିଅନ୍ତି । ଏହା ସବୁ ଦେଖିବା ପରେ ବାକି ସଦସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହା ପରେ ଅନୁପ ଜଲୋଟା କହୁଛନ୍ତି, ଏବେ ଏହି ଦାଗ ପୂରା ଦିନ ରହିବ ।

ସମ୍ବନ୍ଧିତ ଖବର