# ମି ଠୁ: ଟେଲି ଅଭିନେତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ, ପ୍ରଯୋଜକ କହିଥିଲେ ପୋଷାକ ଖୋଲ, ତୁମକୁ ବିକିନିରେ ଦେଖିବାର ଅଛି

ମୁମ୍ବାଇ: ଭାରତରେ ଏଇ କିଛିଦିନ ହେବ # ମି ଠୁ ଅଭିଯାନ ବଡ଼ ସକ୍ରିୟ ହୋଇଉଠିଛି। ଏଥିରେ ଟଲିଉଡ୍‌, ବଲିଉଡ୍‌ ଓ ଓଲିଉଡ୍‌ର ଅଭିନେତ୍ରୀମାନେ ସାମିଲ ହୋଇ ନିଜନିଜ ସହ ଘଟିଥିବା ନିର୍ଯାତନାକୁ ନେଇ ମୁହଁ ଖୋଲିଛନ୍ତି। ସେମାନେ ଏହି ଅଭିଯୋଗରେ ନାମୀଦାମୀ ପ୍ରଯୋଜକା, ନିର୍ମାତାଙ୍କ ନାମ ବି ସାମ୍ନାକୁ ଆଣିଛନ୍ତି। ତେବେ ଏହି କ୍ରମରେ ଅଭିନେତ୍ରୀ ବ୍ୟତୀତ ସାମ୍ବାଦିକ ଓ ଟେଲି ଦୁନିଆର ମହିଳାମାନେ ବି ନିଜନିଜ ସହ ଘଟିଥିବା ନିର୍ଯାତନାକୁ ନେଇ ମୁହଁ ଖୋଲିଛନ୍ତି।

ଛୋଟ ପରଦାରେ ଅଭିନେତ୍ରୀ ଜସ୍‌ମିନ୍‌ ଭସିନ୍‌ ନିଜ ସହିତ ଘଟିଥିବା ୫ବର୍ଷ ତଳର ଏକ ଲଜ୍ୟନୀୟ ଘଟଣାକୁ ମନେ ପକାଇ କହନ୍ତି, ମୁଁ ଯେତେବେଳେ ମଡେଲ ଥିଲି, ମୋତେ ସେତେବେଳେ ଜଣେ କାଷ୍ଟିଂ ଡାଇରେକ୍ଟରଙ୍କୁ ଭେଟିବାର ଥିଲା। ଏହି ଡାଇରେକ୍ଟର ଗୁଜୁରାଟୀ ଓ ହିନ୍ଦୀ ସିନେମା ନିର୍ମାଣ କରନ୍ତି। ସେ ତାଙ୍କର ଆଗାମୀ ସିନେମା ପାଇଁ ଅଡିସନ୍‌ ନେଉଥିଲେ। ମୁଁ ଯେତେବେଳେ ତାଙ୍କୁ ଭେଟିବାକୁ ଯାଇଥିଲି ସେ ମୋ ସହିତ ବଡ଼ ଆଶ୍ଚର୍ଯ୍ୟଜନକ ଭାବେ କଥାବାର୍ତ୍ତା ହୋଇଥିଲେ। ସେ କହିଥିଲେ ତୁମକୁ ମୁଁ ବିକିନିରେ ଦେଖିବକେୁ ଚାହୁଁଛି, କାରଣ ମୁଁ ବିନା ପୋଷାକରେ କେମିତି ଦିଶୁଛି ସେ ଦେଖିବାକୁ ଚାହୁଁଥିଲେ।’

ସମ୍ବନ୍ଧିତ ଖବର