ଭୁବନେଶ୍ୱର: ଓଲିଉଡରେ ଅନେକ ବହୁମୁଖୀ ପ୍ରତିଭା ସଂପନ୍ନ କଳାକାର ଅଛନ୍ତି। ସେ ଏକାଧାରରେ ଜଣେ ଆଙ୍କର୍,ଆର୍ ଜେ,ଭିଜେ,ଆକ୍ଟ୍ରେସ୍ ,କୋରିଓ ଗ୍ରାଫର୍ ଓ ନୃତ୍ୟ ଶିଳ୍ପୀ। ବହୁ ଦିନପରେ ଏହି ଯୁବତୀ ଜଣକ ବଡ଼ ପରଦାକୁ ଫେରୁଛନ୍ତି।
ଏଠାରେ ଯେଉଁ ବହୁମୁଖୀ ପ୍ରତିଭା ସଂପନ୍ନ କଳାକାରଙ୍କ କଥା କୁହାଯାଉଛି,ସେ ହେଲେ ଜୟା ବିଶ୍ୱାସ। ଜୟା ଆଙ୍କର୍ ଭାବେ ବହୁ ଷ୍ଟେଜ୍ ସୋ’ କରିଛନ୍ତି। ଠିକ୍ ସେହିପରି ସେ ଡ଼୍ୟାନ୍ସ ଓଡ଼ିଶା ଡ଼୍ୟାନ୍ସ ଭଳି ରିଆଲିଟି ସୋ’ରେ ଜଜ୍ ଭାବେ ମଧ୍ୟ ନଜର ଆସିଛନ୍ତି। ଖାଲି ସେତିକି ନୁହେଁ ଜୟା ବିଶ୍ୱାସ ଏନ୍.ପାଢ଼ୀଙ୍କ ନିର୍ଦ୍ଦେଶିତ ‘ଅ ଆ ହର୍ଷେଇ’ସିନେମାରେ କେତୋଟି ଗୀତରେ କୋରିଓଗ୍ରାଫି ମଧ୍ୟ କରିଛନ୍ତି।
ଏବେ ସେ ନିଜର ଅନ୍ୟ ଏକ ପ୍ରତିଭାର ପରିଚୟ ଦେଇଛନ୍ତି। ଜୟା ବିଶ୍ୱାସ ଇତି ମଧ୍ୟରେ କାହାଣୀକାର ଓ ଚିତ୍ରନାଟ୍ୟ ଲେଖକର ପରିଚୟ ବି ହାସଲ କରିଛନ୍ତ
ଜୟା ଯେଉଁ ସିନେମାର କାହାଣୀ ଓ ଚିତ୍ରନାଟ୍ୟ ଲେଖିଛନ୍ତି,ତାହାର ଟାଇଟଲ୍ ହେଲା ‘ଲଭ୍ ପ୍ରମିଜ୍’। ଏହାର ନିର୍ଦ୍ଦେଶନା ଦେଇଛନ୍ତି ସନ୍ତୋଷ ବିଶ୍ୱାଳ। ବିଶ୍ୱଭୂଷଣ ମହାପାତ୍ର ଏହାର ଚିତ୍ରଉତ୍ତୋଳନକାରୀ। ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ।
‘ଲଭ୍ ପ୍ରମିଜ୍’ଏକ ଭିନ୍ନ ଧରଣର ପ୍ରେମ କାହାଣୀ।ଏଥିରେ ନିଜେ ଜୟା ବି ନାୟିକା ଭୂମିକା ନିଭାଇଛନ୍ତି। ଏହି ସିନେମାରେ ଜୟାଙ୍କୁ ଏକ ଦମ୍ଦାର୍ ରୋଲ୍ରେ ଦେଖିବାକୁ ପାଇବେ ଦର୍ଶକ।
ଜୟାଙ୍କୁ ଦର୍ଶକ ବଡ଼ ପରଦାରେ ‘ଚୁପ୍ କିଏ ସେ ଆସୁଛି’ଭଳି ସିନେମାରେ ଲିଡ଼୍ ରୋଲ୍ରେ ବି ଦେଖିବାକୁ ପାଇଛନ୍ତି। ଜୟା ‘ଲଭ୍ ପ୍ରମିଜ୍’ ସିନେମାରେ ବି କମାଲ୍ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।