କ’ଣ ପାଇଁ ଫଟୋଗ୍ରାଫରଙ୍କୁ ଦେଖି ରାଗି ଯାଆନ୍ତି ଜୟା ବଚ୍ଚନ? କାରଣ କହିଲେ ଝିଅ ଶ୍ୱେତା ନନ୍ଦା
ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ତଥା ବିଗ୍ ବି ଅମିତାଭ ବଚ୍ଚନଙ୍କ ଧର୍ମପତ୍ନୀ ଜୟା ବଚ୍ଚନ ବିଭିନ୍ନ ସମୟରେ ଫଟୋଗ୍ରାଫରମାନଙ୍କ ଉପରେ ରାଗୁଥିବାର ଦେଖା ଯାଇଥାଏ । ଏଥିରେ କୌଣସି ନୂଆ କଥା ନାହିଁ । ସବୁ ସମୟରେ ସେ ଯେ କୌଣସି ଇଭେଣ୍ଟକୁ ଯାଇଥିବା ବେଳେ ଫଟୋଗ୍ରାଫରମାନଙ୍କୁ ଗାଳି କରିଥାନ୍ତି । ଏବେ ଏହା ପଛର କାରଣ ଜଣାଇଛନ୍ତି ଜୟାଙ୍କ ଝିଅ ଶ୍ୱେତା ନନ୍ଦା ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଶ୍ୱେତା ନିଜ ଭାଇ ତଥା ଅଭିନେତା ଅଭିଷେକ ବଚ୍ଚନଙ୍କ ସହ ଚାଟ୍ ସୋ’ କଫି ଉଇଥ୍ କରଣ ସିଜିନ୍-୬ରେ ପହଞ୍ଚିଥିଲେ । ଯେଉଁଠି ଦୁହିଁଙ୍କୁ କରଣଙ୍କ କଡ଼ା ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥିଲା । କରଣ ଜୟା ବଚ୍ଚନଙ୍କ ସୋସିଆଲ ମିଡିଆରେ ଥିବା ଫଟୋଗ୍ରାଫରମାନଙ୍କୁ ରାଗୁଥିବାର ଭିଡିଓ କଥା ପକାଇ ଏହାର କାରଣ ପଚାରିଥିଲେ ।
ଏହାର ଉତ୍ତର ରଖି ସେ କହିଥିଲେ, ମା’ଙ୍କୁ ବିନା ଅନୁମତିରେ ତାଙ୍କର କେହି ଫଟୋ ଉଠାଉ, ତାହା ପସନ୍ଦ ନୁହେଁ । ଅନେକ ଲୋକ ତାଙ୍କ ଆଖପାଖରେ ଥିଲେ ସେ ଅସହଜ ମନେ କରିଥାନ୍ତି । ନ ପଚାରି କେହି ଫଟୋ ଉଠାଇଲେ ସେ ରାଗିଯିବା ସହ ଗାଳି କରିଥାନ୍ତି।