ଓଲିଉଡ୍ ସୁନ୍ଦରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସିନେମା ’ନିମକି’ର ପ୍ରିମିୟରରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି ବଲିଉଡ଼୍ ଅଭିନେତ୍ରୀ ଜୟା ବଚ୍ଚନ!

ଭୁବନେଶ୍ୱର : ଓଲିଉଡ୍ ସୁନ୍ଦରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସିନେମା ‘ନିମକି-ନିମ୍ପୁରରୁ ନବୀନ ନିବାସ’ ଆଗାମୀ ୨୩ ତାରିଖରେ ରିଲିଜ ହେବାକୁ ଯାଇଛି । ଏହି ସିନେମାର ପ୍ରିମିୟରରେ ଯୋଗ ଦେବେ ବଲିଉଡ଼ର ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ଜୟା ବଚ୍ଚନ । ଆଉ ଏକଥା ନିଜେ ଜଣାଇଛନ୍ତି ନିମକି ସିନେମାର ମୁଖ୍ୟ ନାୟିକା ବର୍ଷା ପ୍ରିୟଦର୍ଶିନୀ । ସିନେମାର ପୁରା ଟିମ୍ ଏଥିପାଇଁ ଖୁବ ଉତ୍ସାହି ଥିବା କଥା ମଧ୍ୟ ଜଣାଇଛନ୍ତି । କାରଣ ଓଲିଉଡ଼୍ ଇତିହାସରେ ଏହା ପ୍ରଥମ । ସେପେଟ ଚଳଚ୍ଚିତ୍ର ନିମକିର ଦ୍ୱିତୀୟ ଗୀତ ମୁକ୍ତିଲାଭ କରିଛି । ରାଜଧାନୀ ଭୁବନେଶ୍ୱରକୁ ବେଶ୍ ସୁନ୍ଦର ଢ଼ଙ୍ଗରେ ଚିତ୍ରଣ କରାଯାଇଛି ଏହି ଗୀତରେ ।

ସୂଚନାଯୋଗ୍ୟ ନିକଟରେ ରିଲିଜ୍ ଅପେକ୍ଷାରେ ଥିବା ଓଲିଉଡ ପଲିଟିକାଲ ଡ୍ରାମା ଫିଲ୍ମ ‘ନିମକି – ନିମପୁରରୁ ନବୀନ ନିବାସ’ର ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ତଥା ଓଲିଉଡ୍ କ୍ୱିନ୍ ବର୍ଷା ପ୍ରିୟଦର୍ଶିନୀ ବେଶ୍ ଦମଦାର୍ ଚରିତ୍ରରେ ନଜର ଆସିଛନ୍ତି । ଏହା ଏକ ନାରୀ କୈନ୍ଦ୍ରିକ ଚଳଚ୍ଚିତ୍ର । ଫିଲ୍ମକୁ ନେଇ ଦର୍ଶକଙ୍କ ଭିତରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଛି । ଆଉ ପ୍ରତ୍ୟେକ ଦିନ ଫିଲ୍ମର ସୁଟିଂ ସେଟରୁ ବେଶ କିଛି ଖବର ପ୍ରଶଂସକଙ୍କ ସହ ସେୟାର୍ କରୁଛନ୍ତି ନିର୍ଦ୍ଦେଶକ ସୁଶାନ୍ତ ମଣି ।

ରାଜନୀତି ଉପରେ ଆଧାରିତ ଏହି ଫିଲ୍ମରେ ଅନେକ ରାଜନେତାଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏକ ସାଧାରଣ ଝିଅର ଅସାଧାରଣ ସାହସକୁ ନେଇ ଗତିଶୀଳ ହୋଇଛି ଏହି ଚଳଚ୍ଚିତ୍ର ନିମକି । ସିନେମାରେ ନିମକି ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଏହି ଆଗାମୀ ସିନେମାର ପ୍ରଥମ ଗୀତ ‘ଛୋଟ ମୋର ଗାଁ ଟି’ ମୁକ୍ତିଲାଭ କରିଛି । କ୍ଲାସିକ୍ ଓଡିଆ ଗୀତ ଛୋଟ ମୋର ଗାଁ କୁ ମେକର୍ ପୁଣିଥରେ ରିକ୍ରିଏଟ୍ କରିଛନ୍ତି ଏହି ସିନେମା ପାଇଁ । ଆଉ ଏହି ନୂଆ ଭର୍ସନ୍ ଗୀତରେ ଶୁଣିବାକୁ ମିଳିଛି ସୋହିନି ମିଶ୍ରଙ୍କ ଆକର୍ଷଣୀୟ ଗାୟିକି ।

ସମ୍ବନ୍ଧିତ ଖବର