ଜେଠାଲାଲ କେମିତି ପାଲଟିଲେ ଧନଲାଲ? ଦିନେ ଟଙ୍କାଟିଏ ନଥିଲା,ଏବେ କୋଟିପତି 

ମୁମ୍ବାଇ: ପପୁଲାର ଟିଭି ସିରିୟଲ ତାରକ ମେହେଟା କି ଉଲଟା ଚଷମାରେ ଜେଠାଲାଲ ଓରଫ ଦିଲ୍ଲୀପ ଯୋଶୀ ରବିବାର ଦିନ ତାଙ୍କ ଜନ୍ମଦିନ ପାଳନ କରୁଛନ୍ତି | ଆଜି ଆମେ ଆପଣଙ୍କୁ ଏମିତି କିଛି ରୋଚକ କଥା ଜଣାଇବୁ ଯାହାକି ଆପଣ ଜାଣିନଥିବେ | ଏ କଥା ସତ ଯେ ଏହି ଧାରାବାହିକ ପୂର୍ବରୁ ଜେଠାଲାଲଙ୍କ ପାଖରେ କୌଣସି କାମ ନଥିଲା | ଯାହାଫଳରେ ବହୁତ ଦିନ ଧରି ବେକାରୀ ଭାବେ ତାଙ୍କୁ ସଂଘର୍ଷ କରିବାକୁ ପଡିଥିଲା | ଏହାପରେ ଭାଗ୍ୟ ତାଙ୍କୁ ସାଥ ଦେଇଥିଲା | ଏହି ସୋ ମାଧ୍ୟମରେ ସେ ଦିନକୁ କେତେ ଟଙ୍କା ରୋଜଗାର  କରନ୍ତି ଜାଣନ୍ତି କି | ଶୁଣିବାକୁ ମିଳେ ଗୋଟିଏ ଏପିଶୋଡ ପିଛା ସେ ଦେଢ଼ ଲକ୍ଷ ଟଙ୍କା ନିଅନ୍ତି |ମାସକୁ ୨୫ ଦିନ ସେ ସୁଟିଂ କରନ୍ତି | ଏହି ହିସାବରେ ସେ ମାସକୁ ୩୬ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରନ୍ତି | ଦିଲ୍ଲୀପ ଯୋଶୀ ୧୯୮୯ ମସିହାରେ ସଲମାନ ଖାନଙ୍କ ସହ ଫିଲ୍ମ ‘ମେନେ ପ୍ୟାର କିୟା’ରେ ଅଭିନୟ କରିଥିଲେ | ଏହାପରେ ‘ହମ ଆପକେ ହେ କୌନ’ ଫିଲ୍ମରେ ବି ସଲ୍ଲୁଙ୍କ ସହ ଅଭିନୟ କରିଥିଲେ | ଏହାପରେ ତାଙ୍କୁ ତାରକ ମେହେଟା କି ଉଲଟା ଚଷମାରେ ମୁଖ୍ୟ ଭୂମିକାରେ ଅଭିନୟ କରିବାର ଅଫର ମିଳିଥିଲା |

ସମ୍ବନ୍ଧିତ ଖବର