ପ୍ରମୋସନ୍‌ ସମୟରେ ‘ଧଡ଼କ’ର କ୍ଲାଏମାକ୍ସ ବିଷୟରେ କହିଦେଲେ ଜାହ୍ନବୀ, ଜାଣନ୍ତୁ ସିନେମାର ଲାଷ୍ଟ୍‍ ସିନ୍‌ କ’ଣ?

ମୁମ୍ବାଇ : ଶୁକ୍ରବାର ରିଲିଜ ହେବାକୁ ଯାଉଛି ବହୁୟଚର୍ଚ୍ଚିତ ଚଳଚ୍ଚିତ୍ର ‘ଧଡ଼କ’ । ଏଥିରେ ପ୍ରଥମ କରି ବଲିଉଡ୍‌ରେ ଡ଼େବ୍ୟୁ କରୁଛନ୍ତି ଶାହିଦ୍‌ କପୁରଙ୍କ ସାନ ଭାଇ ଇଶାନ ଖଟ୍ଟର ଏବଂ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର । ଫିଲ୍ମର ଟ୍ରେଲର ସହ ସମସ୍ତ ଗୀତ ରିଲିଜ ହୋଇ ସାରିଥିବା ବେଳେ ରିଲିଜ ଅପେକ୍ଷାରେ ଅଛନ୍ତି ଦର୍ଶକେ । ତେବେ ଫିଲ୍ମ ପୂର୍ବରୁ ଜାହ୍ନବୀ ଭୁଲ୍‌ ବଶତଃ ଫିଲ୍ମର କ୍ଲାଏମାକ୍ସ ବିଷୟରେ କହି ଦେଇଥିବା ଜଣାପଡ଼ିଛି । ଫିଲ୍ମର ପ୍ରମୋସନ ସମୟରେ କଥାରେ କଥାରେ ସେ ଫିଲ୍ମରେ ଥିବା ଶେଷ ଦୃଶ୍ୟ ବିଷୟରେ କହି ଦେଇଥିଲେ ।

Aaj tak

“ଏହା ଅନ୍ୟ କୌଣସି ଫିଲ୍ମ ଭଳି ନୁହେଁ । ଯେଉଁଥିରେ ପ୍ରେମୀଯୁଗଳଙ୍କ ବିବାହ ପାଇଁ ପରିବାର ରାଜି ହୋଇ ଦୁଇ ଜଣଙ୍କୁ ଖୁସିରେ ରହିବାକୁ ଦେଇଥାନ୍ତି । ଏହା ପ୍ରକୃତରେ ସମାଜରେ ଯାହା ଘଟୁଛି ସେ ବିଷୟରେ ଦର୍ଶା ଯାଇଛି” ବୋଲି ଜାହ୍ନବୀ କହିଥିଲେ । କଥାରେ କଥାରେ ଫିଲ୍ମରେ ଇଶାନ ଏବଂ ଜାହ୍ନବୀଙ୍କ ପ୍ରେମ କାହାଣୀର ହାପି ଏଣ୍ଡିଙ୍ଗ ହୋଇନି ବୋଲି ସେ ଜଣାଇ ଦେଇଛନ୍ତି । ଜାହ୍ନବୀଙ୍କ ଏହି ଖୁଲାସା ପରେ ଦର୍ଶକଙ୍କ ମନରେ ଫିଲ୍ମର ଶେଷ କ’ଣ ହାଇଥିବ ବୋଲି ଅନେକ ପ୍ରଶ୍ନ ଉଠିଛି ।

ସମ୍ବନ୍ଧିତ ଖବର