ଏହି ନିର୍ଦ୍ଦେଶକମାନଙ୍କ ସହ ଦ୍ୱିତୀୟ ଥର କାମ କରିନାହାନ୍ତି ଝିଲିକ୍‌ !

ଓଲିଉଡରେ ଲୋକପ୍ରିୟ ନାୟିକା ଝିଲିକ୍‌ ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ ଛବି ‘ଟାର୍ଗେଟ୍‌’ରୁ କ୍ୟାରିଅର୍‌ ଆରମ୍ଭ କରିଥିଲେ । ଏହାର ନିର୍ଦ୍ଦେଶକ ଥିଲେ ଏସ୍‌.କେ.ମୁରଲୀଧରନ୍‌ । ଏହାପରେ ତାଙ୍କୁ ଓଲିଉଡରେ ଭଲ ଭଲ ଅଫର୍‌ ମିଳିବା କାରଣରୁ ସେ ବଙ୍ଗୀୟା ହୋଇ ମଧ୍ୟ ଓଡ଼ିଶାରେ ରହିଯାଇଛନ୍ତି ।
ହେଲେ ଆପଣ ଜାଣନ୍ତି କି ଝିଲିକ୍‌ଙ୍କର ଏଯାବତ୍‌ ଯେଉଁସବୁ ଫିଲ୍ମ ରିଲିଜ୍‌ ହୋଇଛନ୍ତି, ସେଥିମଧ୍ୟରୁ ଅଧିକାଂଶଙ୍କ ସହ ଥରଟିଏ କାମ କରିଛନ୍ତି । ଡେବ୍ୟୁ ଫିଲ୍ମର ନିର୍ଦ୍ଦେଶକ ଏସ୍‌.କେ.ମୁରଲୀଧରନ୍‌ ଙ୍କ ସହ ଦ୍ୱିତୀୟ ଥର କାମ କରିନାହାନ୍ତି । ଠିକ୍‌ ସେହିପରି ଓଲିଉଡର ପ୍ରତିଭାବାନ୍‌ ନିର୍ଦ୍ଦେଶକ ଅଶୋକ ପତିଙ୍କ କେବଳ ଗୋଟିଏ ସିନେମା ‘ ସୁପର ମିଛୁଆ’ରେ କାମ କରିଥିଲେ । ଅତ୍ୟତମ ଖ୍ୟାତନାମା ନିର୍ଦ୍ଦେଶକ ହିମାଂଶୁ ପରିଜାଙ୍କର କେବଳ ଗୋଟିଏ ସିନେମା ‘ ଲଭ୍‌ ୟୁ ହମେଶା’ ରେ ନାୟିକା ଥିଲେ ଝିଲିକ୍‌ ।
ଠିକ୍‌ ସେହିପରି ଡେବ୍ୟୁଟାଣ୍ଟ ଡିରେକ୍ଟର୍‌ ରାଜୁ ସରଭେୟାଙ୍କ ‘ ଜବରଦସ୍ତ ପ୍ରେମିକ ’, ଚନ୍ଦନ ମହାପାତ୍ରଙ୍କ ‘ତୁମକୁ ଦେଖିଲା ପରେ’ ରେ ନାୟିକା ଭୂମିକାରେ ଦେଖିବାକୁ ମିଳିଛନ୍ତି ଝିଲିକ୍‌। ସଂଯୋଗ ବଶତଃ ଏହି ନିର୍ଦ୍ଦେଶକମାନେ ଦ୍ୱିତୀୟ ଓଡ଼ିଆ ସିନେମା ତିଆରି କରିନାହାନ୍ତି । ତେବେ ଜଣାଶୁଣା ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ସହ ସିନେମା ‘ ତୁ ମୋ’ ହିରୋ’ରେ ପ୍ରଥମ ଥର ପାଇଁ କାମ କରିଛନ୍ତି ଝିଲିକ୍‌ । ଏହି ସିନେମା ଏବେ ମୁକ୍ତ ପ୍ରତୀକ୍ଷାରେ ରହିଛି।

ସମ୍ବନ୍ଧିତ ଖବର