ଏଇ ମାସ ଶେଷରେ ଆସିବ ଏହି ଓଡ଼ିଆ ସିନେମା

0

ଭୁବନେଶ୍ୱର: ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଂଜନ ବେହେରାଙ୍କ ନିର୍ଦ୍ଦେଶିତ ନୂଆ ସିନେମା ‘ ଯୋଗୀ’ ଏଇ ମାସ ଶେଷରେ ରିଲିଜ୍‌ ହେବ ବୋଲି ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଏହା ମାର୍ଚ୍ଚ ୩୦ ତାରିଖରେ ପରଦାକୁ ଆସିବ। ଡ଼ ରଜନୀରଂଜନ ଏହାର ସଂଳାପ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦୀପକ କୁମାର।

ଏହାର ସଂକ୍ଷିପ୍ତ କାହାଣୀ ଏପରି- ବାପା ଜଗବନ୍ଧୁ ମିଶ୍ର ଜଣେ ସ୍ୱାଧୀନତା ସଂଗ୍ରାମୀ । ସେ ଦେଶର ରାମରାଜ୍ୟର ସ୍ୱପ୍ନ ଦେଖନ୍ତି । କିନ୍ତୁ ଯେଉଁ ରାଜ୍ୟର ସେ ଅଧିବାସୀ ସେଭଳି କିଛି ଘଟେ ନାହିଁ ।
ଜଗବନ୍ଧୁଙ୍କର ଦୂଇ ପୁଅ । ବଡପୁଅ ସଂଗ୍ରାମ ଓ ସାନପୁଅ ବିପ୍ଳବ । ଏମାନଙ୍କ ମଧ୍ୟରୁ ସଂଗ୍ରାମ ରାଜ୍ୟର ମୁଖ୍ୟମନ୍ତ୍ରୀ ହୁଅନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ହେବାର ଅଳ୍ପଦିନ ଭିତରେ ସେ ଦୁର୍ନୀତିରେ ଲିପ୍ତ ହୁଅନ୍ତି । ଏହାର ପରିଣାମ ବି ତାଙ୍କୁ ଭୋଗିବାକୁ ପଡ଼େ । ନିର୍ବାଚନରେ ସଂଗ୍ରାମ ପରାଜିତ ହୋଇ ଗାଦିଚ୍ୟୁତ ହୁଅନ୍ତି ଓ ତାଙ୍କ ସ୍ଥାନରେ ଜଣେ ସମାଜସେବୀ ହୁଅନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ । କିନ୍ତୁ ସେ ବି ସଂଗ୍ରାମଙ୍କ ଠାରୁ କୌଣସି ଗୁଣରେ କମ୍‌ ହୁଅନ୍ତି ନାହିଁ । ଅର୍ଥାତ୍‌ ମହିଳା ମୁଖ୍ୟମନ୍ତ୍ରୀ ବି ଦୁର୍ନୀତିଗ୍ରସ୍ତ ବୋଲି ପ୍ରମାଣିତ ଅୁଅନ୍ତି । ଏହାପରେ ପୁଣି ନିର୍ବାଚନ ଅନୁଷ୍ଠିତ ହୁଏ ।
ସେହି ସମୟରେ ଲୋକେ ଚାହାଁନ୍ତି ଏମିତି ଜଣେ ବ୍ୟକ୍ତିଙ୍କୁ ଶାସନ ଦାୟିତ୍ୱ ଦେବେ, ଯିଏ କି ଭ୍ରଷ୍ଟାଚାର ମୁକ୍ତ ଶାସନ ଦେବ ଓ ନିଜେ ସ୍ୱଚ୍ଛ ଓ ନିର୍ମଳ ଓ ନିର୍ଲୋଭ ହୋଇଥିବେ । ଏଭଳି ପରିସ୍ଥିତିରେ ସମସ୍ତଙ୍କର ଦୃଷ୍ଟିରେ ଆସନ୍ତି ସ୍ୱାଧୀନତା ସଂଗ୍ରାମୀ ଜଗବନ୍ଧୁ ମିଶ୍ରଙ୍କ ସାନ ପୁଅ ବିପ୍ଲବ । ସେ କିନ୍ତୁ ରହନ୍ତି ନାହିଁ, କାରଣ ସନ୍ନ୍ୟାସ ବ୍ରତ ଅବଲମ୍ବନ କରିଛନ୍ତି । ତାଙ୍କୁ ସମସ୍ତେ ଯୋଗୀ ଭାବେ ଜାଣନ୍ତି ।


ଦିନେ ଯୋଗୀ ଓରଫ ବିପ୍ଲବ ଅନୁଭବ କରନ୍ତି ଯେ ରାଜ୍ୟକୁ ଦୁର୍ନୀତି ମୁକ୍ତ କରିବା ପାଇଁ ତାଙ୍କର ରାଜନୀତିରେ ପ୍ରବେଶର ଆବଶ୍ୟକତା ରହିିଛି । ତା’ଛଡା ବାପାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ତାଙ୍କୁ ,ଏହା କରିବାକୁ ପଡ଼ିବ । ତେବେ ଯୋଗୀ କ’ଣ ନିଜର ଅଭିଳାଷ ପୂରଣ ଦିଗରେ ସଫଳ ହୁଅନ୍ତି? ତା’ର ଉତ୍ତର ମିଳିବ ନୂଆ ସିନେମା ‘ଯୋଗୀ’ ରେ । ଏହି ଓଡ଼ିଆ ଛବିରେ ବିପ୍ଲବ ଓରଫ ଯୋଗୀ ଭୂମିକାରେ ନଜର ଆସିବେ ଜଣାଶୁଣା ଅଭିନେତା ହର ରଥ । ଅପରପକ୍ଷରେ ସ୍ୱାଧୀନତା ସଂଗ୍ରାମୀ ଜଗବନ୍ଧୁ ଭୂମିକାରେ ଅଛନ୍ତି ବରିଷ୍ଠ ଅଭିନେତା ବିଜୟ ମହାନ୍ତି ଏବଂ ସଂଗ୍ରାମ ଚରିତ୍ର ନିଭାଇଛନ୍ତି ମନୋଜ ମିଶ୍ର ।ଏହାଛଡ଼ା ଏଥିରେ ନବାଗତ ଆର୍ଯ୍ୟନ୍‌ ଦାଶ କୁମାର, ନବାଗତା ନିକିତା,ଜୟୀରାମ ସାମଲ, ସ୍ମିତା ମହାନ୍ତି ପ୍ରମୁଖଙ୍କୁ ମଧ୍ୟ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.