ଭୁଲବଶତଃ ଜନ୍‌ ଏଭଳି ଟୁଇଟ୍‌ କରିବା ପରେ ସାମ୍ନାକୁ ଆସିଥିଲା ସତ, ଭାଙ୍ଗି ଯାଇଥିଲା ଜନ୍‌-ବିପାଶାଙ୍କ ପ୍ରେମ ସଂପର୍କ

ମୁମ୍ବାଇ : ବଲିଉଡ୍‌ରେ ଅନେକ ଚର୍ଚ୍ଚିତ ପ୍ରେମକାହାଣୀ ରହିଛି । ସେ ମଧ୍ୟରୁ କିଛି ସଫଳ ହୋଇଥିବା ବେଳେ କିଛି ହୋଇଛି ବିଫଳ । ବିଫଳ ପ୍ରେମ କାହାଣୀ ମଧ୍ୟରେ ରହିଛି ଅଭିନେତା ଜନ୍‌ ଆବ୍ରାହମ୍‌ ଏବଂ ଅଭିନେତ୍ରୀ ବିପାଶା ବସୁଙ୍କ ପ୍ରେମ କାହାଣୀ । ଗୋଟେ ସମୟରେ ଦୁହିଁଙ୍କ ପ୍ରେମ ସଂପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥିବା ବେଳେ ପରେ ହଠାତ୍‌ ଦିନେ ଦୁହେଁ ଅଲଗା ହେବାର ଖବର ମିଳିଥିଲା । ଜନ୍‌ଙ୍କ ଗୋଟେ ଭୁଲ ଟୁଇଟ୍‌ ପରେ ସବୁ ସତ ସାମ୍ନାକୁ ଆସିଥିଲା । ଯାହା ପରେ ବିପାଶା ଜନ୍‌ଙ୍କ ସହ ସବୁ ସଂପର୍କ ଭାଙ୍ଗି ଦେଇଥିଲେ ।

bollywoodshaadis.com

ସୂଚନା ମୁତାବକ, ୨୦୧୪ରେ ନିଜ ପ୍ରଶଂସକମାନଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇବା ପାଇଁ ଜନ୍‌ ଏକ ଟୁଇଟ୍‌ କରିଥିଲେ । ଯେଉଁଥିରେ, ଏ ବର୍ଷ ମଧ୍ୟ ଆପଣଙ୍କୁ ଅନେକ ଭଲ ପାଇବା ଏବଂ ଖୁସି ମିଳୁା ଲଭ୍‌ ଜନ୍‌ ଏବଂ ପ୍ରିୟା ଆବ୍ରାହମ୍‌ ବୋଲି ଲେଖିଥିଲେ । ଜନ୍‌ ଏହି ଟୁଇଟ୍‌ କରି ପ୍ରିୟା ଋଚାଲଙ୍କୁ ଡ଼େଟ୍‌ କରିବା କଥା ସାର୍ବଜନିକ କରିଥିଲେ । ଏହି ଟୁଇଟ୍‌ ପରେ ଜନ୍‌ ପ୍ରିୟାଙ୍କୁ ଡ଼େଟ୍‌ କରୁଥିବା କଥା ଜାଣିଥିଲେ ବିପାଶା । ଏହି ସତକୁ ଆପଣାଇବା ପାଇଁ ବିପାଶାଙ୍କୁ କିଛି ମାସ ସମୟ ଲାଗିଥିଲା । ଭୁଲବଶତଃ କରିଥିବା ଟୁଇଟ୍‌ ପରେ ଜନ୍‌ ଏବଂ ବିପାଶା ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ଏହା ପରେ ଜନ୍‌ ପ୍ରିୟାଙ୍କୁ ୨୦୧୪ରେ ହିଁ ବିବାହ କରିଥିବା ବେଳେ ହୃଦୟ ଭାଙ୍ଗିବା ପରେ ବିପାଶା କରଣ ସିଂହ ଗ୍ରୋଭରଙ୍କୁ ୨୦୧୬ରେ ବିବାହ କରିଥିଲେ ।

ସମ୍ବନ୍ଧିତ ଖବର