ସୁଟିଂ ସେଟ୍‌କୁ ଆସିଥିବା ଜଣେ ପ୍ରଶଂସିକାଙ୍କୁ ମନ ଦେଇ ବସିଥିଲେ ବିଜୟ, ଘରକୁ ଡ଼ାକି ଦେଇଥିଲେ ବିବାହ ପ୍ରସ୍ତାବ

ମୁମ୍ବାଇ : ସାଉଥ୍‌ ସୁପରଷ୍ଟାର ବିଜୟ ଏବଂ ତାଙ୍କ ପତ୍ନୀ ସଙ୍ଗୀତା ଅଗଷ୍ଟ ୨୫, ୧୯୯୯ରେ ବିବାହ କରିଥିଲେ ବୋଲି ସମସ୍ତେ ଜାଣିଥିବେ । କିନ୍ତୁ ଦୁହିଁଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମର କାହାଣୀଠାରୁ କମ ନଥିଲା, ତାହା ବୋଧ ହୁଏ କେହି ଜାଣି ନଥିବେ । ପରଦାରେ ହିରୋଇନମାନଙ୍କ ସହ ରୋମାନ୍ସ କରୁଥିବା ବିଜୟ ଶେଷରେ ନିଜର ଜଣେ ପ୍ରଶଂସକଙ୍କୁ ମନ ଦେଇ ବସିଥିଲେ ।

अमर उजाला

ସୂଚନା ମୁତାବକ, ୧୯୯୬ରେ ବିଜୟଙ୍କ ଏକ ଫିଲ୍ମ ‘ପୁବେ ଉନାକ୍କାଗା’ ରିଲିଜ୍‌ ହୋଇଥିଲା । ଏହା ବିଜୟଙ୍କୁ ଦେଶ ଏବଂ ବିଦେଶରେ ଲୋକପ୍ରିୟ କରାଇଥିଲା । ଫିଲ୍ମଟି ଲୋକପ୍ରିୟ ହେବା ପରେ ବିଜୟ ନିଜର ଆଗାମୀ ଫିଲ୍ମର ସୁଟିଂ ଚେନ୍ନାଇରେ ଆରମ୍ଭ କରିଥିଲେ । ଏହି ସମୟରେ ଜଣେ ଯୁବତୀ ତାଙ୍କ ସୁଟିଂ ସେଟ୍‌କୁ ଆସି ନିଜ ନାଁ ସଙ୍ଗୀତା ବୋଲି କହିବା ସହ ପୁବେ ଉନାକ୍କାଗାର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ । କିଛି ମିନିଟ୍‌ର କଥା ମଧ୍ୟରେ ବିଜୟ ସଙ୍ଗୀତାଙ୍କୁ ମନ ଦେଇ ବସିଥିଲେ । ସେ ସମୟରେ ସଙ୍ଗୀତା ଇଂଲଣ୍ଡରେ ରହୁଥିବା ବେଳେ ଚେନ୍ନାଇ ବୁଲିବା ପାଇଁ ଆସିଥିଲେ । କିଛି ଦିନ ମଧ୍ୟରେ ଦୁହେଁ କଥା ହେବା ଆରମ୍ଭ କରିବା ସହ ବିଜୟ ସିଧା ସଙ୍ଗୀତାଙ୍କୁ ନିଜ ମାତା-ପିତାଙ୍କୁ ଦେଖା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସଙ୍ଗୀତା ବିଜୟଙ୍କ କଥା ମାନି ବିଜୟଙ୍କ ଘରେ ପହଞ୍ଚି ତାଙ୍କ ମାତା-ପିତାଙ୍କୁ ଦେଖା କରିଥିଲେ । ଏହାର କିଛି ଦିନ ପରେ ବିଜୟ ସଙ୍ଗୀତାଙ୍କୁ ନିଜ ମନ କଥା କହିଥିଲେ ।  ପରେ ଦୁହେଁ ବିବାହ କରିବା ପାଇଁ ମନସ୍ଥ କରିଥିଲେ ।

ସମ୍ବନ୍ଧିତ ଖବର