ବ୍ୟକ୍ତିଗତ କଥା ପଚାରିବାରୁ ସାମ୍ବାଦିକଙ୍କ ଉପରେ ରାଗି ଯାଇଥିଲେ ଏହି ଲୋକପ୍ରିୟ ଗାୟକ

ମୁମ୍ବାଇ: ବଲିଉଡ଼୍‍ର ଲୋକପ୍ରିୟ ଗାୟକ ଅରିଜିତ୍‌ ସିଂହ ଏବେ ଅନେକ ଗୀତ ଗାଉଛନ୍ତି ହେଲେ ତାଙ୍କ ପଛରେ ବିବାଦ ଛାଇପରି ଲାଗି ରହିଛି।
ଠିକ୍‌ ସେହିପରି ଥରେ ଜଣେ ସାମ୍ବାଦିକ ତାଙ୍କୁ ଏକ ପ୍ରମୋସନାଲ ପ୍ରୋଗ୍ରାମରେ ଦ୍ୱିତୀୟ ବିବାହ ପ୍ରସଙ୍ଗରେ ପଚାରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଅରିଜିତ୍‌ ସିଂହ ବ୍ୟକ୍ତିଗତ ପ୍ରଶ୍ନର ଉତ୍ତର ଦେବେ ନାହିଁ ବୋଲି କହି ବିବାଦୀୟ ହୋଇ ପଡ଼ିଥିଲେ। ସେ ଖୁବ୍‌ ରାଗି ଯାଇଥିଲେ ବି।

 

ଆଜିକାର ଷ୍ଟାର୍‌ ସଙ୍ଗର୍‌-କଂପୋଜର ଅରିଜିତ୍‌ ସିଂହ ଦୁଇଥର ବିବାହ କରିଛନ୍ତି। ଏକ ସଙ୍ଗୀତ ପ୍ରତିଯୋଗିତାର ପ୍ରତିଯୋଗିନୀ କୋୟଲ୍‌ ସିଂହଙ୍କୁ ସେ ୨୦୧୩ରେ ପ୍ରଥମ ବିବାହ କରିଥିଲେ।ହେଲେ ବିବାହର କିଛି ମାସ ପରେ ଉଭୟଙ୍କର ଡ଼ିଭୋର୍ସ ହୋଇଥିଲା।୨୦୧୪ରେ ଅରିଜିତ୍‌ ବଙ୍ଗୀୟ ରୀତିନୀତି ଅନୁଯାୟୀ ଆଉ ଜଣେ ବଙ୍ଗୀୟ ଯୁବତୀ କୋୟଲ୍‌ ରାୟଙ୍କୁ ବିବାହ କରିଥିଲେ।ଏହି କୋୟଲ୍‌ ଅରିଜିତ୍‌ଙ୍କର ପିଲାଦିନର ବାନ୍ଧବୀ।ଏହା ମଧ୍ୟ ଉଭୟଙ୍କର ଦ୍ୱିତୀୟ ବିବାହ।କୋୟଲ୍‌ଙ୍କର ପ୍ରଥମ ସ୍ୱାମୀଙ୍କର ଏକ କନ୍ୟା ସନ୍ତାନ ବି ଅଛି।ଏହି ବିବାହଙ୍କୁ ସେ ଗୋପନ ରଖିଥିଲେ।


ଗାୟକ ଅରିଜିତ୍‌ ସିଂହ ଏକ ପୁରସ୍କାର ସମାରୋହରେ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ଙ୍କ ସଂପର୍କରେ ଆପତ୍ତିଜନକ ଟିପ୍ପଣୀ ଦେଇ ବିବାଦୀୟ ହୋଇଥିଲେ।ଏହି କାରଣରୁ ସଲମାନ୍‌ ଖାନ୍‌ ତାଙ୍କ ଅଭିନୀତ ଫିଲ୍ମ ‘ସୁଲତାନ୍‌’ରୁ ଅରିଜିତ୍‌ଙ୍କ କଣ୍ଠରେ ରେକର୍ଡ଼ ହୋଇଥିବା ଏକ ଗୀତକୁ ବାଦ୍‌ ଦେଇଥିଲେ।ଅବଶ୍ୟ ଅରିଜିତ୍‌ ସୋସିଆଲ୍‌ ମିଡ଼ିଆରେ ସଲମାନଙ୍କୁ କ୍ଷମା ଯାଚନା କରିଥିଲେ।

ସମ୍ବନ୍ଧିତ ଖବର