ସାମ୍ବାଦିକଙ୍କୁ ଅସମ୍ମାନିତ କରିଥିଲେ କଙ୍ଗନା, କ୍ଷମା ମାଗିଲା ଏକତାଙ୍କ ପ୍ରଯୋଜନା ସଂସ୍ଥା

ମୁମ୍ବାଇ : ବଲିଉଡ୍‌ ଅଭିନେତା ରାଜକୁମାର ରାଓ ଏବଂ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତଙ୍କ ଅଭିନୀତ ଫିଲ୍ମ ଜଜମେଣ୍ଟାଲ ହେ କ୍ୟାର ଗୀତ ଲଞ୍ଚ ଇଭେଣ୍ଟରେ ବଡ଼ ଅଘଟଣା ଘଟିଥିଲା । ପ୍ରଶ୍ନ କରିବା ପୂର୍ବରୁ ଜଣେ ସାମ୍ବାଦିକଙ୍କ ଉପରେ ପୁରୁଣା କଥାକୁ ନେଇ ବଚସା କରିବା ଏବଂ ତାଙ୍କୁ ଅସମ୍ମାନ କରିବା ଆରମ୍ଭ କରି ଦେଇଥିଲେ କଙ୍ଗନା । ଯାହା ପରେ ସାମ୍ବାଦିକ ଜଣଙ୍କ ଫିଲ୍ମକୁ ବୟକଟ କରିବା କଥା କହିବା ସହ କଙ୍ଗନାଙ୍କୁ କ୍ଷମା ମାଗିବାକୁ କହିଥିଲେ । ଏବେ ଏହି ଘଟଣାକୁ ନେଇ ଏକତା କପୁରଙ୍କ ପ୍ରଯୋଜନା ସଂସ୍ଥା ଅଲ୍‌ଟ ବାଲାଜୀ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଥିବା ଜଣା ପଡ଼ିଛି ।

ପ୍ରଯୋଜନା ସଂସ୍ଥା ବିବାଦ ଉପରେ ଲେଖି, ଜୁଲାଇ ୭, ୨୦୧୯ରେ ଫିଲ୍ମ ଜଜମେଣ୍ଟାଲ ହେ କ୍ୟା ଗୀତ ଲଞ୍ଚ ଇଭେଣ୍ଟରେ ସାମ୍ବାଦିକ ଜଷ୍ଟିନ ରାଓ ଏବଂ କଙ୍ଗନାଙ୍କ ମଧ୍ୟରେ ବଚସା ହୋଇଥିଲା । ଯେହେତୁ ଏହା ଆମ ଫିଲ୍ମର ଗୀତ ଲଞ୍ଚ ଇଭେଣ୍ଟ ଥିଲା ସେଥିପାଇଁ, ଯାହା ବି ଘଟିଥିଲା ସେ ନେଇ ଆମେ କ୍ଷମା ଚାହୁଁଛୁ ବୋଲି ଲେଖିଛି ପ୍ରଯୋଜନା ସଂସ୍ଥା । ତେବେ ବିବାଦଟି ଏଠାରେ ଥମୁଛି ନାଁ ଆଗକୁ ବଢ଼ୁଛି ତାହା ଦେଖିବାକୁ ବାକି ରହିଲା ।

ସମ୍ବନ୍ଧିତ ଖବର