ଭୁବନେଶ୍ୱର:ଓଲିଉଡର ଲୋକପ୍ରିୟ ନାୟିକା ରୀୟା ଦେ ଏବେ ତାଙ୍କର ଦୁଇଟି ଆଗାମୀ ସିନେମାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ଏଥିମଧ୍ୟରୁ ଗୋଟିଏ ହେଲା ‘ଯୋଉଠି ଥିଲେ ବି ତୁ ମୋର’ । ‘ଯୋଉଠି ଥିଲେ ବି ତୁ ମୋର ’ରେ ନିଜ ଭୂମିକାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ରୀୟା । ଏହି ଫିଲ୍ମର କାହାଣୀରେ ରହିଛି ତିନିଟି ମୁଖ୍ୟ ଚରିତ୍ର । ଏହି ଚରିତ୍ରରେ ଅଛନ୍ତି ଯଥାକ୍ରମେ ସମ୍ବିତ୍ , ରୀୟା ଓ ଆର୍ଯ୍ୟନ୍ ଦାଶ କୁମାର । ଏ ତିନିଜଣଙ୍କ ପ୍ରେମ କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି । ଏଥିରେ ରୀୟାଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ପାୟଲ୍ । ଅପରପକ୍ଷରେ ସମ୍ବିତଙ୍କୁ ଏହି ସିନେମାରେ ସାଗର ଚରିତ୍ରରେ ଦେଖିବାକୁ ମିଳିବ । ଠିକ୍ ସେହିପରି ଆର୍ଯ୍ୟନଙ୍କ ଚରିତ୍ରର ନାଆଁ ରହିଛି ଆକାଶ ।
Sambad is now on WhatsApp
Join and get latest news updates delivered to you via WhatsApp
ହଁ ‘ଯୋଉଠି ଥିଲେ ବି ତୁ ମୋର’ ସିନେମାର ପ୍ରେମ ତ୍ରିକୋଣରେ ଜବରଦସ୍ତ ସସପେନ୍ସ ରହିଛି ବୋଲି ରୀୟା ଦେ କହିଛନ୍ତି । ରୀୟା କହନ୍ତି ଯେ ଅନୁଯାୟୀ ଏଥିରେ ଏକ ଶକ୍ତିଶାଳୀ ଚରିତ୍ର ତାଙ୍କୁ ମିଳିଛି, ଯାହା ପୂର୍ବରୁ କେବେ ବି ମିଳି ନ ଥିଲା କି ନିକଟ ଭବିଷ୍ୟତରେ ମିଳିବ କି ନା, ତାକୁ ନେଇ ସେ ସନ୍ଦେହରେ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ଅଭିନୀତ ଚରିତ୍ରରେ ଦୁଇଟି ସେଡ୍ ରହିଛି । ଗୋଟିଏ ବିବାହ ପୂର୍ବରୁ ଓ ଅନ୍ୟଟି ବିବାହ ପରେ ।
ଏହି ଫିଲ୍ମରେ ଆରମ୍ଭରେ ରୀୟାଙ୍କୁ ଦେଖିବାକୁ ମିଳିବ ଏକ ଫନ୍ ଲଭିଂ ସିଂପଲ୍ ଗର୍ଲ ଭୂମିକାରେ, ହେଲେ ପରେ ପରେ ଚରିତ୍ରର ଦିଗ ସଂପୂର୍ଣ୍ଣ ବଦଳିଯାଇଛି । ଆଉ ଅଧିକ ବିଷୟରେ ଜାଣିବାକୁ ହେଲେ ଆପଣଙ୍କୁ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ‘ଯୋଉଠି ଥିଲେ ବି ତୁ ମୋର’ର ରିଲିଜ୍ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ।