‘ଜୁଡଓ୍ଵା’ ଏବଂ ‘ଜୁଡଓ୍ଵା-୨’ ଭିତରେ ରହିଛି ଏହି ସଂଯୋଗ !

ମୁମ୍ବାଇ: ଆପଣ କ’ଣ ଜାଣନ୍ତି କି ନିକଟରେ ବକ୍ସ ଅଫିସରେ ବ୍ଲକବଷ୍ଟରର ମାନ୍ୟତା ଲାଭ କରିଥିବା ଏକ ସିନେମା ଯେଉଁ ତାରିଖରେ ରିଲିଜ୍‌ ହୋଇଥିଲା ,ଠିକ୍‌ ସେହି ତାରିଖରେ ସୁଟିଂ ଆରମ୍ଭ ହୋଇଥିଲା ଏହି ସୁପରହିଟ୍‌ ଫିଲ୍ମ ସିକ୍ୱେଲ୍‌ର ସୁଟିଂ । ଏଠାରେ ଯେଉଁ ସିନେମାର କଥା କୁହାଯାଉଚି ଏହାର ଟାଇଟଲ୍‌ ହେଲା ‘ଜୁଡଓ୍ଵା-୨’ । ଏହାର ମୂଳ ସିନେମା ଥିଲା ‘ଜୁଡଓ୍ଵା’,ଯାହାର ର ପ୍ରଯୋଜକ ସାଜିଦ୍‌ ନାଡିଆଡଓ୍ଵାଲା ଏବଂ ନିର୍ଦ୍ଦେଶକ ଡେଭିଡ୍‌ ଧଓ୍ଵନ୍‌ । ଉଭୟେ ଜୁଡଓ୍ଵା-୨ର ନିର୍ମାତା ଏବଂ ନିର୍ଦ୍ଦେଶକ ମଧ୍ୟ । ‘ଜୁଡଓ୍ଵା’ ରିଲିଜ୍‌ ହୋଇତିଲା ୧୯୯୭ ମସିହା ଫେବୃଆରି ୭ ତାରିଖରେ। ଆଉ ଚଳିତ ବର୍ଷ ସେହି ମାସ ୭ ତାରିଖରେ ଆରମ୍ଭ ହୋଇଥିଲା ‘ଜୁଡଓ୍ଵା-୨’ର ସୁଟିଂ ।

photo-youtube

ଏଣୁ ସୁପରହିଟ୍‌ ଫିଲ୍ମ ଜୁଡଓ୍ଵା ଠିକ୍‌ ସେହି ତାରିଖରେ ରିଲିଜ୍‌ ହୋଇଥିଲା ସେହି ତାରିଖରେ ବ୍ଲକବଷ୍ଟର ଜୁଡଓ୍ଵା-୨ର ସୁଟିଂ ଆରମ୍ଭ ହେବା ଫିଲ୍ମ ପାଇଁ ଲକି ସାବ୍ୟସ୍ତ ହୋଇଛି। ‘ଜୁଡଓ୍ଵା’ରେ ସଲମାନ୍‌ ଖାନ୍‌,ରମ୍ଭା,କରିସ୍ମା କପୁର୍‌ ମେନ୍‌ ଲିଡରେ ଥିବା ବେଳେ ଜୁଡଓ୍ଵା-୨ର ମୁଖ୍ୟ କଳାକାର ହେଲେ ବରୁଣ ଧଓ୍ଵନ୍‌ ,ଜ୍ୟାକଲିନ୍‌ ଫର୍ଣ୍ଣଣ୍ଡିଜ୍‌ ଏବଂ ତାପସୀ ପାନୁ । ଏହାର ସୁଟିଂ ମୁମ୍ବାଇଠାରେ ଆରମ୍ଭ ହୋଇ ପରେ ଲଣ୍ଡନରେ ଶେଷ ହୋଇଥିଲା । ଜୁଡଓ୍ଵା-୨ ଗତ ସେପ୍ଟେମ୍ବର ୨୯ ତାରିଖରେ ମୁକ୍ତଲାଭ କରିଥିଲା। ଏହା ପ୍ରାୟ ୨୫୦ କୋଟି ଟଙ୍କାର ବ୍ୟବସାୟ କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର