ଏବେ ସେଲିବ୍ରିଟିମାନଙ୍କୁ ସୁଟିଂ ସେଟ୍‌ରେ ଅପେକ୍ଷା କରାଉ ନାହାନ୍ତି କପିଲ, ଅଭିନେତ୍ରୀ ଜୁହି ଚାଓ୍ଵଲା କାରଣ ଜଣାଇବା ପରେ ହସିବାକୁ ଲାଗିଲେ ଲୋକେ

ମୁମ୍ବାଇ : ଭାରତର ଜଣାଶୁଣା ହାସ୍ୟ ଅଭିନେତା କପିଲ ଶର୍ମା ଏବେ ନିଜ ନୂଆ ସୋ’ ଦ କପିଲ ଶର୍ମା ସୋ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଗୋଟେ ବର୍ଷ ପରଦାଠାରୁ ଦୂରରେ ରହିବା ପରେ କପିଲ ପରଦାକୁ ଫେରିଥିଲେ । ନିଜ ପ୍ରେମିକା ଗିନ୍ନି ଚତ୍‌ରଥ୍‌ଙ୍କୁ ବିବାହ କରିବା ପରେ ତାଙ୍କ ସୋ’ର ପ୍ରସାରଣ କରା ଯାଇଥିଲା । ଏତେ ଦିନ ପରେ ପରଦାକୁ ଫେରିଥିବା ବେଳେ ଲୋକମାନଙ୍କ ଭଲ ପାଇବା ମିଳିବ କି ନାହିଁ ମନରେ ଦ୍ୱନ୍ଦ ରହିଥିଲା । କିନ୍ତୁ ସୋ’ର ପ୍ରସାରଣ ହେବାର ଗୋଟେ ସପ୍ତାହ ପରେ ହିଁ ସୋ’ ଲୋକପ୍ରିୟତାରେ ଏକ ନମ୍ବର ରହିଥିଲା । ପୂର୍ବରୁ କପିଲ ନିଜ ସୋ’ର ପ୍ରଯୋଜନା ନିଜେ କରୁଥିବା ବେଳେ ପରେ ସଲମାନଙ୍କ ପ୍ରଯୋଜନା ସଂସ୍ଥା ତାଙ୍କ ସୋ’ର ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି । ତେବେ କପିଲ ନିକଟ ଅତୀତରେ ଅନେକ କାରଣ ପାଇଁ ଚର୍ଚ୍ଚାରେ ରହିଥିବା ବେଳେ ଏବେ ଅଭିନେତ୍ରୀ ଜୁହୀ ଚାଓ୍ଵଲା ତାଙ୍କୁ ନେଇ ଖୁଲାସା କରିଥିବା କଥାକୁ ନେଇ ସେ ଚର୍ଚ୍ଚାରେ ରହିଛନ୍ତି ।

timesnownews.com

ସୂଚନା ମୁତାବକ, ଜୁହି ଚାଓ୍ଵଲା କପିଲଙ୍କ ସୋ’ରେ ଯୋଗ ଦେଇଥିବା ବେଳେ ଆଗ ଭଳି ଏବେ ସେଲିବ୍ରିଟିମାନଙ୍କୁ ଅପେକ୍ଷା କରାଉ ନଥିବା କହିଥିଲେ । ଆଗରୁ କପିଲ ସେଟ୍‌କୁ ରାତି ୧୧ଟାରେ ଆସୁଥିବା ବେଳେ ସୁଟିଂ ଭୋର ୩ଟା ପର୍ଯ୍ୟନ୍ତ ଚାଲେ । କିନ୍ତୁ ଏବେ ମୋତେ କପିଲଙ୍କ କ୍ରିଉ ମେମ୍ବର ଫୋନ କରି ସଂନ୍ଧ୍ୟା ୭ଟାରେ ଆସିବା ପାଇଁ କହିଥିଲେ । କାରଣ ବିବାହ ପରେ କପିଲଙ୍କୁ ୧୦ଟାରେ ଘରକୁ ଯିବାକୁ ପଡ଼ୁଛି । କ୍ରିଉ ମେମ୍ବରଙ୍କଠାରୁ ଏ କଥା ଶୁଣି ମୁଁ ଏହା ଗିନ୍ନି ଇଫେକ୍ଟ୍‌ସ ବୋଲି କହିଥିଲି । ଜୁହିଙ୍କ ଏ କଥା ଶୁଣି ଉପସ୍ଥିତ ଲୋକଙ୍କ ସମେତ କପିଲ ମଧ୍ୟ ହସିବାକୁ ଲାଗିଥିଲେ ।

ସମ୍ବନ୍ଧିତ ଖବର