ଜୁହି ଚାଓ୍ଵାଲା କାହିଁକି ଏହି ସିନେମାକୁ ହାତଛଡା କରିଥିଲେ ?

ମୁମ୍ବାଇ: ମିସ୍‌ ଇଣ୍ଡିଆ ଟାଇଟଲ୍‌ ହାସଲ କରିବାପରେ ଜୁହି ଚାଓ୍ଵାଲା ଗ୍ଲାମର ଦୁନିଆଁରେ ପ୍ରବେଶ କରିଥିଲେ। ଜୁହି ପ୍ରଥମେ ସନ୍ନି ଦେଓଲ ଅଭିନୀତ ‘ସଲତନତ୍‌’ ସିନେମାରେ ଅଭିନୟ କରି ବଲିଉଡରେ ପ୍ରବେଶ କରିଥିଲେ ହେଲେ ଅମୀର ଖାନଙ୍କ ବିପକ୍ଷରେ ବ୍ଲକବଷ୍ଟର୍‌ ମୁଭି ‘କୟାମତ୍‌ ସେ କୟାମତ୍‌ ତକ୍‌’ରେ ନାୟିକା ହେବାପରେ ଷ୍ଟାରଡମ୍‌ ହାସଲ କରିଥିଲେ। l

ସେ ତାଙ୍କ କ୍ୟାରିଅରରେ କେତୋଟି ସିନେମା ଛାଡିଥିଲେ । ଏଥିମଧ୍ୟରୁ ଗୋଟିଏ ହେଲା ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ଏକ ବହୁ ଚର୍ଚ୍ଚିତ ସିନେମା ‘ ମୃତ୍ୟୁଦଣ୍ଡ’ । ଏଥିରେ ଆୟୁବ୍‌ ଖାନ ,ଶବନା ଆଜମୀ ଏବଂ ମାଧୁରୀ ଦୀକ୍ଷିତ ମେନ୍‌ ଲିଡରେ ଥିଲେ । ହେଲେ ଆପଣ ଜାଣନ୍ତି କି ମାଧୁରୀଙ୍କ ପୂର୍ବରୁ ଫିଲ୍ମରେ ସାନ ବୋହୂ କେତକୀ ଭୂମିକା ଲାଗି ପ୍ରଥମେ ସେ ସମୟରେ ଟପ୍‌ ହିରୋଇନ୍‌ ଜୁହି ଚାଓ୍ଵାଲାଙ୍କୁ ଆପ୍ରୋଚ କରିଥିଲେ ନିର୍ଦ୍ଦେଶକ ପ୍ରକାଶ ଝା।

ଜୁହି ମନେ କରିଥିଲେ ଯେ ପ୍ରକାଶ ଝା ବୋଧହୁଏ ଆର୍ଟ ଫିଲ୍ମ କରିବେ, ଏଣୁ ସେ ମନା କରି ଦେଇଥିଲେ । ସେତେବେଳକୁ ଜୁହି ଲଗାତର୍‌ କମର୍ସିଆଲ୍‌ ହିଟ୍‌ ଦେଇ ଚାଲିଥାଆନ୍ତି । ଜୁହିଙ୍କଠାରୁ ନାସ୍ତିବାଣୀ ଶୁଣିବାପରେ ପ୍ରକାଶଙ୍କ ମନ ଭାଙ୍ଗିଗଲା । ସେ ଭାବିଲେ କୌଣସି ସାଧାରଣ ଅଭିନେତ୍ରୀଙ୍କୁ ନେଇ ଫିଲ୍ମ କରିବେ । ଏଣୁ ସେ ସେସମୟର ଚର୍ଚ୍ଚିତ ଅଭିନେତ୍ରୀ ପଲ୍ଲବୀ ଯୋଶୀଙ୍କୁ ଅଫର୍‌ ଦେଲେ । ଶବନା ଆଜମୀ ଭଳି ଦକ୍ଷ ଅଭିନେତ୍ରୀ ଆଗରେ ସେ କାଳେ ଫିକା ପଡିଯିବେ ବୋଲି ଆଶଙ୍କା କରି ପଲ୍ଲବୀ ବି ରାଜି ହେଲେନି ।

ସମ୍ବନ୍ଧିତ ଖବର