ଭୁବନେଶ୍ୱର : ଜ୍ୟୋତି ଓଲିଉଡର ଲୋକପ୍ରିୟ ନାୟକଙ୍କ ଭିତରୁ ଜଣେ । ସେ ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କର ଗୋଟିଏ ଫିଲ୍ମ ରିଲିଜ୍‌ ହେବା ପରେ ତାଙ୍କୁ ମିଳି ଯାଉଛି ଆଉ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ର।
ହଁ ଜ୍ୟୋତିଙ୍କୁ ମିଳିଛି ଏବେ ଏକ ନୂଆ ଚଳଚ୍ଚିତ୍ର। ଏହାର ଶୀର୍ଷକ ହେଲା ‘ସାଥୀ ତୁ ଫେରିଆ’। ସାଇ ଶ୍ରଦ୍ଧା ଷ୍ଟୁଡିଓ ବ୍ୟାନରରେ ନିର୍ମିତ ଏହି ଓଡ଼ିଆ ଚଳଚ୍ଚିତ୍ରର କଥାବସ୍ତୁ ଏକ ପ୍ରେମ କାହାଣୀ ଆଧାରିତ। ଏଥିରେ ପ୍ରେମିକ ଭୂମିକାରେ ଅଛନ୍ତି ଜ୍ୟୋତି। ତାଙ୍କ ବିପକ୍ଷରେ ପ୍ରଥମ ଥର ଲାଗି ନାୟିକା ଭାବେ ନଜର ଆସିବେ ଅନୁଭା।
ଜ୍ୟୋତି ଆଗରୁ ଅଙ୍କିତା, ଏଲିନା, ଝିଲିକ୍‌ ଓ ତମନ୍ନା ପ୍ରଭୃତି ନାୟିକାଙ୍କ ସହିତ କାମ କରିଛନ୍ତି। ହେଲେ ‘ସାଥୀ ତୁ ଫେରିଆ’ରେ ପ୍ରଥମ ଥର ପାଇଁ ଅନୁଭାଙ୍କ ସାଥ୍‌ ପାଇଛନ୍ତି ଜ୍ୟୋତି। ଅନୁଭା ଜ୍ୟୋତିଙ୍କଠାରୁ କ୍ୟାରିଅର୍‌ରେ ବଡ଼। କାରଣ ଅନୁଭା ୨୦୧୧ରେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା‘ମୁଁ ପ୍ରେମୀ ମୁଁ ପାଗଳ’ ଜରିଆରେ ଅଭିନୟର ଯାତ୍ରା ଆରମ୍ଭ କରିଥିଲେ। ଏଥିରେ ନବାଗତ ହରିହର ଥିଲେ ଅନୁଭାଙ୍କ ନାୟକ।
ଏହାପରେ ଅନୁଭା ରିଭେଂଜ, ସୁଇଟ ହାର୍ଟ, ସମୟ ବଡ ବଳବାନ୍‌ ଓ ବଜରଙ୍ଗୀ ଆଦି ଓଡ଼ିଆ ସିନେମାରେ ନାୟିକା ଭୂମିକାରେ ନଜର ଆସିଥିଲେ। ସେ ହରିହର ଦାଶ, ବାବୁସାନ୍‌ , ଅଭିଷେକ ପୁପିନ୍ଦର୍‌, ଅଂଶୁମାନ ଓ ଅମ୍ଳାନ ପ୍ରମୁଖ ବିପକ୍ଷରେ ନାୟକ ସାଜିଛନ୍ତି।

Advertisment

publive-image
ସେ ଯାହା ହେଉ କାହିଁକି ଜ୍ୟୋତି-ଅନୁଭାଙ୍କ ଯୋଡ଼ି ପ୍ରଥମ ଥର ପାଇଁ ପରଦାକୁ ଆସିବେ ‘ସାଥୀ ତୁ ଫେରିଆ’ରେ। ଏହାର ନିର୍ଦ୍ଦେଶନା ଦେଉଛନ୍ତି ସୁଧାକର ବସନ୍ତ। ଏହି ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ମହାଶ୍ୱେତା, ଶ୍ରୀତମ୍‌ ଦାସ, ପିଙ୍କି ପ୍ରଧାନ ମୁନ୍ନା ଖାଁ ଓ ପ୍ରଜ୍ଞା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି।