ଜ୍ୟୋତିଙ୍କ ସହ ଏଲ୍‌ସାଙ୍କୁ ଦର୍ଶକ କେତେ ପସନ୍ଦ କରିବେ?

ଭୁବନେଶ୍ୱର: ଜଣେ ଓଲିଉଡ଼ ନାୟିକା ଏବେ ପରଦାରେ ବନିବାକୁ ଯାଉଛନ୍ତି ସୁନା ଚଢ଼େଇ। ସେ ହେଲେ ଏଲସା । ଏଲ୍‌ସା ଆଗରୁ ମୃତ୍ୟୁଞ୍ଜୟ ସାହୁଙ୍କ ନିର୍ଦ୍ଦେଶିତ ‘ଭୈରବ’ରେ ନାୟିକା ଭୂମିକାରେ ନଜର ଆସିଥିଲେ। ସେ ଏଥିରେ ପପୁ ପମ୍‌ପମ୍‌ ଙ୍କ ବିପକ୍ଷରେ ଅଭିନୟ କରିଥିଲେ। ଖାଲି ସେତିକି ନୁହେଁ ସେ ଅନ୍ୟ ଏକ ଓଡ଼ିଆ ସିନେମା ‘ଦୀପୁ ଦ ଡ଼୍ୟାନ୍‌ସ ବୟ’ରେ ବି ନଜର ଆସିଥିଲେ।ଜ୍ୟୋତି ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ‘ମିଠା ମିଠା ଯୋଡ଼ି’ଜରିଆରେ ଓଲିଉଡ଼୍‍ରେ ପ୍ରବେଶ କରିଥିଲେ। କିନ୍ତୁ ତାଙ୍କ ଅଭିନୀତ ‘ଦେଲେ ଧରା କଥା ସରେ’ପ୍ରଥମେ ମୁକ୍ତି ଲାଭ କରିଥିଲା।ଏହାପରେ ଜ୍ୟୋତିଙ୍କୁ ମିଠାମିଠା ,ନିଝୁମ୍‌ ରାତିର ସାଥୀ,ତୁ ମୋ’ ହିରୋ ଆଦି ଓଡ଼ିଆ ସିନେମାରେ ଦେଖିବାକୁ ମିଳିଛି।

‘ତୁ ମୋ ସୁନା ଚଢ଼େଇ’ରେ ଜ୍ୟୋତିଙ୍କୁ ମିଳୁଛନ୍ତି ଏଲସା। ‘ତୁ ମୋ’ ସୁନା ଚଢ଼େଇ’ର ନିର୍ଦ୍ଦେଶନା ଦେଉଛନ୍ତି ଦିଲୀପ ପଣ୍ଡା। ଏହି ସିନେମା ୨୫ ତାରିଖରେ ରିଲିଜ୍ ହେବ।‘ତୁ ମୋ’ ସୁନା ଚଢ଼େଇ’ରେ ଜ୍ୟୋତିଙ୍କ ସହ ଏଲ୍‌ସାଙ୍କୁ ଦର୍ଶକ କେତେ ପସନ୍ଦ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର