ଭୁବନେଶ୍ୱର: ୨୦୧୮ରେ ୩୦ଟି ଓଡିଆ ସିନେମା ରିଲିଜ୍ ହେଲା।ଏ ବର୍ଷ ନାୟକମାନଙ୍କ ମଧ୍ୟରେ ସବବୁଠାରୁ ଅଧିକ ସକ୍ରିୟ ଥିଲେ ଜ୍ୟୋତି। ତାଙ୍କର ମୋଟ ଚାରିଟି ଓଡ଼ିଆ ସିନେମା ରିଲିଜ୍ ହୋଇଛି। ଏହି ସିନେମାଗୁଡ଼ିକ ହେଲା ‘ହାପିଲକି’,‘ଓଲେ ଓଲେ ଦିଲ୍ ବୋଲେ’,‘ଲଭ୍ ଅଲଗା ପ୍ରକାର’ ଏବଂ ‘ସାଥୀ ତୁ ଫେରିଆ’।ଏଥି ମଧ୍ୟରୁ ‘ଲଭ୍ ଅଲଗା ପ୍ରକାର’ ଓ ‘ସାଥୀ ତୁ ଫେରିଆ’ଏକା ତାରିଖ (ନଭେମ୍ବର ୨୩ ତାରିଖ)ରେ ରିଲିଜ୍ ହୋଇଥିଲା । ଏହା ତାଙ୍କର ଏକ ବିରଳ ରେକର୍ଡ। ହେଲେ ସେ ଏହି ସମୟ ଭିତରେ ତୁ ମୋ’ ସୁନା ଚଢ଼େଇ ଏବଂ ପ୍ରେମରେ ରଖିଚି ୧୦୦ରୁ ୧୦୦ ଭଳି ସିନେମାର ସୁଟିଂ ବି କରିଛନ୍ତି।
/sambad/media/post_attachments/wp-content/uploads/2018/12/babusan-78.jpg)
ଅପରପକ୍ଷରେ ସୁରଷ୍ଟାର୍ ବାବୁସାନ୍ଙ୍କର ତିନିଟି ଓଡିଆ ସିନେମାରେ ଦେଖିବାକୁ ମିଳିଥିଲା। ଏ ସିନେମାଗୁଡିକ ହେଲା ‘ଓନ୍ଲି ପ୍ୟାର୍’,‘ସୁନ୍ଦରଗଡ଼ର ସଲମାନ୍ ଖାନ୍’ ଓ ‘ଶ୍ରୀମାନ୍ ସୁରଦାସ’। ଠିକ୍ ସେହିଭଳି ଅନୁଭବଙ୍କର କେବଳ ଗୋଟିଏ ଛବି ‘ପ୍ରେମ କୁମାର’ ଏବଂ ଅରିନ୍ଦମଙ୍କୁ ‘ଇଶ୍କ ପୁଣି ଥରେ’ରେ ଦେଖିବାକୁ ମିଳିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/jyoti0.jpg)