ପ୍ରଥମ ଥର ଏହି ଜଣାଶୁଣା ନାୟିକାଙ୍କ ନାୟକ ବନିଲେ ଜ୍ୟୋତି

ଭୁବନେଶ୍ବର: ଓଲିଉଡର ଜଣେ ଆଗ ଧାଡ଼ିର ନାୟକଙ୍କ ସହ ପ୍ରଥମ ଥର ପାଇଁ ସିନେଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ପ୍ରଥମ ଥର ଯୋଡ଼ି ବନାଇଛନ୍ତି।

ଏଠାରେ ଯେଉଁ ନାୟକ-ନାୟିକାଙ୍କ ଯୋଡ଼ି କଥା କୁହାଯାଉଛି,ସେ ଦୁହେଁ ଓଲିଉଡ୍‌ରେ ବେଶ୍‌ ଲୋକପ୍ରିୟ। ଏମାନଙ୍କ ଭିତରୁ ନାୟକ ହେଲେ ଜ୍ୟୋତି ଓ ଓ ନାୟିକା ହେଲେ ଦୀପିକା। ଜ୍ୟୋତି-ଦୀପିକାଙ୍କ ଯୋଡ଼ି ନଜର ଆସିବେ ମୁକ୍ତି ପ୍ରତୀକ୍ଷିତ ଓଡ଼ିଆ ସିନେମା ‘ଚକ୍ରବ୍ୟୁହ’ରେ। ଅମରେଶ ପତି ଏହାର ନିର୍ଦ୍ଦେଶକ  ଏବଂ ରମେଶ ବାରିକ ପ୍ରଯୋଜକ। ଇତିମଧ୍ୟରେ ଏହାର ସୁଟିଂ ଶେଷ  ହୋଇଛି। ଦୀପିକାଙ୍କୁ ଦର୍ଶକ ସଂପ୍ରତି ଏକ ମେଗା ଧାରାବାହିକ ‘ସରଗମ’ରେ ନାୟିକା ଭୂମିକାରେ ଦେଖିବାକୁ ପାଉଛନ୍ତି।

ଜ୍ୟୋତି ପୂର୍ବରୁ ମାଳବିକା,ଝିଲିକ୍‌,ଏଲିନା,ତମନ୍ନା, ଅନୁଭା ଓ ପିଙ୍କି ପ୍ରିୟଦର୍ଶିନୀ ଆଦି ନାୟିକାଙ୍କର ନାୟକ ବନିଛନ୍ତି। ସୂଚନାଯୋଗ୍ୟ ଜ୍ୟୋତିଙ୍କର ଇତିମଧ୍ୟରେ ମିଠାମିଠା,‘ଦେଲେ ଧରା କଥା ସରେ’,‘ନିଝୁମ୍‌ ରାତିର ସାଥି’,‘ଦିଲ୍‌କା ରାଜା’,‘ତୁ ମୋ’ ହିରୋ’ ‘ହାପି ଲକି’, ‘ଓଲେ ଓଲେ ଦିଲ୍‌ ବୋଲେ’, ସାଥୀ ତୁ ଫେରିଆ’ ଏବଂ ପ୍ରେମରେ ରଖିଛି ୧୦୦ରୁ ୧୦୦ ଆଦି ଓଡ଼ିଆ ସିନେମା ରିଲିଜ୍‌ ହୋଇସାରିଛି।

ସମ୍ବନ୍ଧିତ ଖବର