ଏ ପର୍ଯ୍ୟନ୍ତ ରିଲିଜ୍‌ ହୋଇପାରି ନାହିଁ ଶାହିଦ କପୁରଙ୍କ ଏହି ୫ଟି ଫିଲ୍ମ

ଫିଲ୍ମ ‘କବୀର ସିଂହ’ ରିଲିଜ୍‌ ହେବା ପରଠାରୁ ଶାହିଦ କପୁରଙ୍କ ଚାହିଦା ବଢ଼ିଥିବା ଜଣା ପଡ଼ିଛି । ଫିଲ୍ମ କମ ଦିନରେ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଥିବା ବେଳେ ୨୦୦କୋଟି ଆଡ଼କୁ ବଢ଼ୁଥିବା ଦେଖା ଯାଇଛି । ଫିଲ୍ମ ରିଲିଜ୍‌ ପରେ ଶାହିଦ ଏବେ କୌଣସି ଫିଲ୍ମ ସାଇନ୍‌ କରିବା ପୂର୍ବରୁ ଦୁଇ ଗୁଣ ଟଙ୍କା ଡିମାଣ୍ଡ କରୁଥିବା ଜଣା ପଡ଼ିଛି । ‘କବୀର ସିଂହ’ ଶାହିଦଙ୍କ ଜୀବନର ସବୁଠାରୁ ହିଟ୍‌ ସାବ୍ୟସ୍ତ ହୋଇଥିବା ବେଳେ ଏମିତି ୫ଟି ଫିଲ୍ମ ରହିଛି, ଯାହା ଏବେ ପର୍ଯ୍ୟନ୍ତ ରିଲିଜ୍‌ ହୋଇ ପାରି ନାହିଁ । ଆସନ୍ତୁ ନଜର ପକାଇବା ସେ ସବୁ ଫିଲ୍ମ ଉପରେ…

୧. ଏହି ସୂଚୀରେ ସର୍ବପ୍ରଥମେ ଫିଲ୍ମ ‘ହୀର ରାଞ୍ଝା’ର ନାଁ ସାମ୍ନାକୁ ଆସୁଛି । ୨୦୧୦ରେ ସାବିର ଖାନ୍‌ ଦୀପିକା ପାଦୁକୋନ ଏବଂ ଶାହିଦ କପୁରଙ୍କ ସହ ମିଶି ଏହି ଫିଲ୍ମ ତିଆରି କରୁଥିଲେ । ଏ ନେଇ ଏକ ସାକ୍ଷାତକାରେ ସାବିର କହିଥିଲେ ମଧ୍ୟ ଫିଲ୍ମ କ’ଣ ପାଇଁ ପୂରା ହୋଇ ପାରିଲା ନାହିଁ ତାହା ଜଣାଇ ନଥିଲେ ।

୨. ଫିଲ୍ମ ‘ୟହାଁ କେ ହମ ସିକନ୍ଦର’ରେ ଶାହିଦଙ୍କ ସହ ଜନ୍‌ଙ୍କୁ ନିଆ ଯାଇଥିଲା । ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଥିଲେ ଅହମଦ ଖାନ୍‌ । କିନ୍ତୁ ପରେ ଖେଳ ସମ୍ବନ୍ଧିତ ଫିଲ୍ମରେ ଲୋକମାନଙ୍କର ଋଚି ନଥିବା କୁହାଯାଇ ଫିଲ୍ମକୁ ବନ୍ଦ କରି ଦିଆଯାଇଥିଲା ।

୩. ଫିଲ୍ମ ‘ଏକେ ଭର୍ସେସ୍‌ ଡିକେ’ ପାଇଁ ବିକ୍ରମାଦିତ୍ୟ ମୋଟଓ୍ଵାନୀ ଶାହିଦ କପୁରଙ୍କୁ କାଷ୍ଟ କରିଥିଲେ । ଏହି ଫିଲ୍ମରେ ଅନୁରାଗ କଶ୍ୟପ ଖଳନାୟକ ଚରିତ୍ରରେ ନଜର ଆସିବାର ଥିଲା । କିନ୍ତୁ ପରେ ଏହି ଫିଲ୍ମକୁ ବନ୍ଦ କରି ଦିଆଯାଇଥିଲା । ଯାହାର କାରଣ ଏ ପର୍ଯ୍ୟନ୍ତ ସାମ୍ନାକୁ ଆସି ପାରି ନାହିଁ ।

୪. ଫିଲ୍ମ ‘କହିଁ ତୋ ମିଲେଗୀ’ ଶାହିଦଙ୍କୁ ଅଫର କରାଯାଇଥିବା ବେଳେ ଏହା ନିର୍ଦ୍ଦେଶନା ବବି ଖାନ ଦେବେ ବୋଲି ଜଣା ପଡ଼ିଥିଲା । ସାଉଥ ଆଫ୍ରିକାରେ ଫିଲ୍ମର ସୁଟିଂ ହେବାକୁ ଥିବା ବେଳେ ପରେ ଏହାକୁ ରୋକି ଦିଆଯାଇଥିଲା ।

୫. ସଞ୍ଜୟ ଲୀଲା ବଂଶାଲୀଙ୍କ ଫିଲ୍ମ ‘ଚାରୁଲତା’ ମଧ୍ୟ ଏଥିରେ ସାମିଲ ରହିଛି । ଶାହିଦ ଏବଂ ରାଣୀ ମୁଖାର୍ଜୀଙ୍କୁ ନେଇ ବଂଶାଲୀ ଏହି ଫିଲ୍ମ ତିଆରି କରିବାକୁ ଚାହୁଁଥିଲେ । କିନ୍ତୁ ପରେ ଏହାକୁ ହଠାତ ବନ୍ଦ କରି ଦିଆଯାଇଥିଲା ।

ସମ୍ବନ୍ଧିତ ଖବର