ଜୀବନର ଶେଷ ସମୟରେ ଏହି କଳାକାରଙ୍କୁ ଖୁବ୍‌ ମନେ ପକାଇଥିଲେ କାଦର ଖାନ୍‌

ମୁମ୍ବାଇ : ଲୋକପ୍ରିୟ ଅଭିନେତା ତଥା ସଂଳାପ ଲେଖକ କାଦର ଖାନ୍‌ ନବବର୍ଷରେ ସମସ୍ତଙ୍କୁ ଛାଡ଼ି ଆର ପାରିକୁ ଚାଲି ଯାଇଥିଲେ । ପ୍ରଥମେ ତାଙ୍କ ମୃତ୍ୟୁ ନେଇ ଏକ ମିଥ୍ୟା ଖବର ପ୍ରସାରିତ ହୋଇଥିବା ବେଳେ ପର ଦିନ ସେ ଆରପାରିକୁ ଚାଲି ଯାଇଥିଲେ । କାଦର ଖାନ୍‌ଙ୍କ ବିୟୋଗ ପରେ ବଲିଉଡ୍‌କୁ ନେଇ କ୍ରୋଧ ପ୍ରକାଶ କରିଛନ୍ତି ତାଙ୍କ ପୁଅ ସର୍‌ଫରାଜ୍‌ ଖାନ୍‌ ।

oneindia.com

ତାଙ୍କ କହିବା ଅନୁଯାୟୀ, ବାପା ବଲିଉଡ୍‌କୁ ଏତେ ସବୁ ଦେବା ପରେ ମଧ୍ୟ ତାଙ୍କୁ କେହି ମନେ ପକାଉ ନଥିଲେ । କାନାଡ଼ା ଆସି ରହିବା ପରେ ବଲିଉଡ୍‌ ଯେଉଁ ଭଳି ଭାବରେ ବାପାଙ୍କୁ ଉପେକ୍ଷା କରିଥିଲା, ତାହା ମୋତେ ଦୁଃଖ ଦେଇଥିଲେ । ଫିଲ୍ମ ଠାରୁ ଦୂରରେ ରହି ମଧ୍ୟ ସେ ସବୁ ବେଳେ ସମସ୍ତଙ୍କ କଥା ଭାବିଥାନ୍ତି । କିନ୍ତୁ ନିଜର ଶେଷ ସମୟରେ ସେ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ଅଧିକ ମନେ ପକାଉଥିଲେ । ମୁଁ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ସବୁଠାରୁ ପ୍ରିୟ କିଏ ଏବଂ ସେ କାହାକୁ ଅଧିକ ମନେ ପକାଉଛନ୍ତି ବୋଲି ପଚାରିଥିବା ବେଳେ ସେ ମୋତେ ଅମିତାଭ ବଚ୍ଚନଙ୍କ ନାଁ କହିଥିଲେ । ମୁଁ ଚାହୁଁଛି ଶେଷ ସମୟରେ ମୋ ବାପା ତାଙ୍କୁ କେତେ ମନେ ପକାଉଥିଲେ ଏ କଥା ଅମିତାଭ ବଚ୍ଚନ ଜାଣନ୍ତୁ ବୋଲି ସେ କହିଥିଲେ ।

ସମ୍ବନ୍ଧିତ ଖବର