କାଜଲଙ୍କର ମନ ଭରି ମଜାକ ଉଡାଇଲେ ଅଜୟ; ଜୋତାରେ ବାଡ଼େଇବାର ଧମକ ଦେଲେ କାଜଲ 

ମୁମ୍ବାଇ: ‘କଫି ଉଇଥ୍‌ କରଣ’ ସିଜିନ-୬ରେ ନିକଟରେ ଦେଖିବାକୁ ମିଳିଥିଲେ ବଲିଉଡ୍‌ ବହୁ ପରିଚିତ ଦମ୍ପତି ଅଜୟ ଦେବଗନ ଓ କାଜଲ। ନବେ ଦଶକର ଏହି ଦୁଇ ସୁପର୍‌ଷ୍ଟାର୍‌ ପରଦାରେ ଦିଶିବା ପରେ ମାହଲ ଏକଦମ ରୋମାଣ୍ଟିକ୍‌ ହୋଇ ଯାଇଥିଲା। ମାତ୍ର ପରେ ଯାହା ସବୁ ଘଟିଥିଲା ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

କାଜଲ ନିଜ ସଂପର୍କରେ ଏକ ବଡ଼ କଥା ଖୁଲାସା କରିଛନ୍ତି। କାଜଲ କହିଛନ୍ତି କି ସାଧାରଣ ସେଲିବ୍ରିଟିମାନଙ୍କ ପରି ସେ ଖୁବ୍‌ ଦାମୀ ପୋଷାକ ପିନ୍ଧିବା ପସନ୍ଦ କରନ୍ତି ନାହିଁ। କେବଳ ପୋଷାକ ନୁହେଁ, ବ୍ୟାଗ୍‌, ଜୋତା ଆଦି ଟଙ୍କା ଫେରସ୍ତ ଆସୁନଥିବା କେଉଁ ବି ସାମଗ୍ରୀରେ ସେ ଟଙ୍କା ଉଡ଼ାଇବାର ଆଗ୍ରହ ରଖନ୍ତି ନାହିଁ। କାଜଲଙ୍କର ଏହି କଥା ଶୁଣିବା ପରେ ସ୍ୱାମୀ ଅଜୟ ମଜାକିଆ ଅନ୍ଦାଜରେ ଆସି କହିଥିଲେ କି ସେ ଥରେ କାଜଲଙ୍କୁ ‘ଲୋଇସ୍‌ ଭୁଇଟନ୍‌’ର ଏକ ବ୍ୟାଗ୍‌ ଦେବାକୁ ମନସ୍ତ କରିଥିଲେ। ମାତ୍ର ତା’ର ଆଗରେ, ପଛରେ ଚେନ ଅଛି କି ନାହିଁ କାଜଲଙ୍କ ନାନା ପ୍ରଶ୍ନ ଶୁଣିବା ପରେ ସେ ଉପହାର ଦେବାର ମନ ବଦଳାଇ ଦେଇଥିଲେ।

ଖାଲି ସେତିକି ନୁହେଁ, ଅଜୟ କାଜଲଙ୍କର ଏପରି ଆହୁରି ଗୁଡ଼ାଏ ମିଠା ଅପମାନ କରିଥିଲେ। କରଣ ଯେତେବେଳେ ଅଜୟଙ୍କୁ ପଚାରିଥିଲେ ଆଜିକାଲିକା ନାୟକଙ୍କ ଭିତରୁ କାଜଲଙ୍କ ବିପକ୍ଷରେ ତୁମେ କାହାକୁ ଦେଖିବାକୁ ପସନ୍ଦ କରିବ? ଅଜୟ ମଜାକିଆ ଢଙ୍ଗରେ ଉତ୍ତର ରଖିଥିଲେ, କ’ଣ କାଜଲଙ୍କ ପୁଅ ଭାବେ? ଏହି କଥାରେ କାଜଲ ଅଜୟଙ୍କୁ କୁତ୍ତା, କମିନା କହିବା ସହ ଜୋତା ଖାଇବ କହି ଜୋତା ଆଡ଼େ ବି ଇସାରା କରିଥିଲେ।

ପୁଣି କରଣ ଅଜୟଙ୍କୁ ଜାଙ୍କ ଜୀବନର ଏକ ବଡ଼ ମିଛ କହନ୍ତୁ ବୋଲି କହିଥିଲେ। ଏହି ପ୍ରଶ୍ନର ଉତ୍ତରରେ ଅଜୟ କହିଥଇଲେ, ମୁଁ ମୋ ପତ୍ନୀଙ୍କୁ ଖୁବ୍‌ ଭଲପାଏ। ଏକଥା ଶୁଣିବା ପରେ ମଠା ରାଗ ବ୍ୟକ୍ତି କରି କାଜଲ ଘରକୁ ଚାଲ ବୋଲି କହି ଅଜୟଙ୍କୁ ଇସାରା କରିଥିଲେ।

ସମ୍ବନ୍ଧିତ ଖବର