ମୁମ୍ବାଇ: ଦୀର୍ଘଦିନର ବ୍ୟବଧାନପରେ ସୁପରହିଟ ଯୋଡି ଅଜୟ ଦେବଗନ ଓ କାଜୋଲ ଏକାଠି ପରଦାରେ ନଜର ଆସିବାକୁ ଯାଉଛନ୍ତ। ଯାହାକି ବଲିଉଡ ଅଭିନେତା ଅଜୟ ଦେବଗନ ଓ କାଜୋଲଙ୍କ ପ୍ରଶଂସକଙ୍କ ପାଇଁ ବେଶ୍ ଖୁସି ଖବର ।
Sambad is now on WhatsApp
Join and get latest news updates delivered to you via WhatsApp
ଅଜୟ ଓ ସୈଫ ଅଲ୍ଲୀ ଖାନଙ୍କ ଅଭିନୀତ ସିନେମା ‘ତାନାଜୀ’ର ସୁଟିଂ ମଧ୍ୟ ଆରମ୍ଭ କରିସାରିଲେଣି କାଜୋଲ । ଖାସ୍ କଥା ଟି ହେଉଛି ସିନେମାରେ ବି କାଜୋଲ ଓ ଅଜୟ ସ୍ୱାମୀ-ସ୍ତ୍ରୀ ଭୂମିକାରେ ନଜର ଆସିବେ । ଉଭୟଙ୍କୁ ପ୍ରାୟ ୧୦ବର୍ଷପରେ ଦର୍ଶକ ଏକାଠି ଦେଖିବାକୁ ପାଇବେ । ଏହି ସିନେମାରେ ସୈଫ ଖଳନାୟକ ଭୂମିକାରେ ନଜର ଆସିବେ । ‘ତାନାଜୀ’ର ସୁଟିଂ ଗତମାସରେ ଆରମ୍ଭ ହୋଇଯାଇଛି ।
ତେବେ ଗୋଟିଏ ଯୁଦ୍ଧକୁ ନେଇ ଆଧାରିତ ଏହି ଫିଲ୍ମରେ ଅଜୟ ଓ ସୈଫ ଯୁଦ୍ଧ ଭୂମିରେ ଆର-ପାର ଲଢେଇ କରୁଥିବାର ନଜର ଆସିବେ। ଫିଲ୍ମରେ କାଜୋଲ ତାଙ୍କ କ୍ଷତ୍ରୀୟ ସ୍ୱାମୀଙ୍କୁ ସମର୍ଥନ କରୁଥିବାର ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓମ ରାଉତ । କାଜୋଲଙ୍କୁ ଯେବେ ଏହି ଫିଲ୍ମ ପାଇଁ କୁହାଯାଇଥିଲା ସେବେ ତାଙ୍କୁ କାହାଣୀ ମଧ୍ୟ ବେଶ ପସନ୍ଦ ଆସିଥିଲା। କାରଣ ସେ ନିଜେ ବି ମରାଠୀ, ତେଣୁ ଏହି ଭୂମିକା ତାଙ୍କ ପାଇଁ ପୁରା ଠିକ ରହିବ ବୋଲି ଭାବିଥିଲେ।