ଏହି କାରଣ ପାଇଁ ନିଜ ଘର ଛାଡ଼ି ୨ବର୍ଷ ପାଇଁ ଭଡ଼ା ଘରେ ରହିବାର ଯୋଜନା କରୁଛନ୍ତି ଅଜୟ ଦେବଗନ୍‌

ମୁମ୍ବାଇ : କିଛି ଦିନ ତଳେ ଅଜୟ ଦେବଗନ୍‌ଙ୍କ ଫିଲ୍ମ ‘ଟୋଟାଲ ଧମାଲ’ ରିଲିଜ୍‌ ହୋଇଥିଲା । ଯାହା ଆଶାଠାରୁ ବକ୍ସ ଅଫିସରେ ଅଧିକ ଆୟ କରିଥିଲା । ଏବେ ତାଙ୍କର ଆଉ ଏକ ଫିଲ୍ମ ‘ଦେ ଦେ ପ୍ୟାର୍‌ ଦେ’ ରିଲିଜ୍‌ ଅପେକ୍ଷାରେ ରହିଥିବା ବେଳେ ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଅଜୟ ଦେବଗନ୍‌ ନିଜ ଘର ଛାଡ଼ି ଭଡ଼ା ଘର ଖୋଜୁଥିବା ଜଣାପଡ଼ିଛି । ଭଡ଼ା ଘର ତାଙ୍କୁ ମୁମ୍ବାଇର ଜୁହୁରେ ଦରକାର ଥିବା ବେଳେ ସଠିକ୍‌ ଦାମ୍‌ରେ ତାଙ୍କୁ ଘର ମିଳି ପାରୁ ନଥିବାରୁ ଚିନ୍ତାରେ ପଡ଼ି ଯାଇଛନ୍ତି ଅଜୟ ଦେବଗନ୍‌ । ହଠାତ୍‌ ଭଡ଼ା ଘର କ’ଣ ଦରକାର ପଡ଼ିଲା ବୋଲି ତାଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ନାନା ଚର୍ଚ୍ଚା ଲାଗି ରହିଥିବା ବେଳେ ପ୍ରକୃତ କାରଣ ସାମ୍ନାକୁ ଆସିଛି ।

BollywoodShaadis.com

ସୂଚନା ମୁତାବକ, ଅଜୟ ଦେବଗନ୍‌ ରହୁଥିବା ଘରର ଡିଜାଇନ୍‌ରେ କିଛି ପରିବର୍ତ୍ତନ ଆଣିବା ପାଇଁ ଚାହୁଁଥିବାରୁ ୨ବର୍ଷ ପାଇଁ ଭଡ଼ା ଘର ଖୋଜୁଥିବା ଜଣାପଡ଼ିଛି । ନିଜ ଘର ଜୁହୁରେ ଥିବାରୁ ସେ ଜୁହୁରେ ହିଁ ଭଡ଼ା ଘର ନେବା ପାଇଁ ଚେଷ୍ଟା ଚଳାଇଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କୁ ସଫଳତା ମିଳିପାରିନାହିଁ ।

ସମ୍ବନ୍ଧିତ ଖବର