ହ୍ଵାଟର୍ସ ଆପ୍‌ ନମ୍ବରକୁ ସାର୍ବଜନୀନ କରିବାକୁ ନେଇ ରାଗି କଲେ କାଜୋଲ, ସ୍ୱାମୀ ଅଜୟଙ୍କ ଏମିତି ନେଲେ କ୍ଲାସ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ନିଜ ପତ୍ନୀ ତଥା ଅଭିନେତ୍ରୀ କାଜୋଲଙ୍କ ବ୍ୟକ୍ତିଗତ ମୋବାଇଲ ନମ୍ବର ଗତ ସୋମବାର ସୋସିଆଲ ମିଡିଆରେ ସେୟାର କରିବାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଏବେ କିନ୍ତୁ ଏପରି କରିବା ଅଜୟଙ୍କୁ ମହଙ୍ଗା ପଡ଼ିଛି। ନମ୍ବର ସୋସିଆଲ ମିଡିଆରେ ସେୟାର ହେବାକୁ ନେଇ କାଜୋଲ ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡ଼ିଛି। ଯାହାକୁ ନେଇ ପତ୍ନୀ କାଜୋଲ ଟୁଇଟରରେ ସ୍ୱାମୀ ଅଜୟ ଦେବଗନ୍‌ଙ୍କ କ୍ଲାସ୍‌ ନେଇଛନ୍ତି।

ପତ୍ନୀଙ୍କ ନମ୍ବର ଟୁଇଟ କରି ଅଜୟ ଲେଖିଥିଲେ,  କାଜୋଲ ଏବେ ଦେଶରେ ନାହାନ୍ତି, ତାଙ୍କୁ ଏହି ୯୮******୦୦ରେ ନମ୍ବରରେ ହ୍‌ାଟ୍‌ସଆପ୍‌ କରି କଥା ହୋଇ ପାରିବେ ବୋଲି ଲେଖିଥିଲେ । ଯାହା ପରେ ଏକ ନିଉଜ୍‌ ଚ୍ୟାନେଲ ଏ ନେଇ ଅଜୟ ଏବଂ କାଜୋଲଙ୍କ ଟିମ୍‌କୁ ସଂପର୍କ କରିଥିଲେ । ଅଧିକ ସୂଚନା ନ ମିଳିବାରୁ ଏକ ନିଉଜ୍‌ ଚ୍ୟାନେଲ ଦିଆ ଯାଇଥିବା ନମ୍ବରରେ କଲ୍‌ କରିବା ପରେ ହାଏ,ମୁଁ କାଜୋଲ, ମୁଁ ଆପଣଙ୍କ କଲ୍‌ ନେବାକୁ ଅସମର୍ଥ, ଦୟାକରି ଟେକ୍ସଟ୍‌ ମେସେଜ୍‌ ବା ଭଏସ୍‌ ମେସେଜ୍‌ ପଠାନ୍ତୁ ବୋଲି ଉତ୍ତର ମିଳିଥିଲା । ଅଜୟ ଏପରି ମଜାରେ କରିଥିବା କଥା ପରେ କହିଥିଲେ।

କାଜୋଲ ସ୍ୱାମୀଙ୍କ ଏଭଳି ମେସେଜର ଉତ୍ତର ଦେଇ କହିଛନ୍ତି, ଏମିତି ଲାଗୁଛି କି ଏବେ ତୁମର ମଜାକ ଷ୍ଟୁଡିଓର ବାହାରକୁ ବାହାରି ଆସିଛି…କିନ୍ତୁ ଏବେ ଘରେ ଏମାନଙ୍କ କୌଣସି ସ୍ଥାନ ନାହିଁ।

ଅନ୍ୟପକ୍ଷରେ ଅଜୟ ଓ କାଜୋଲଙ୍କ ଏହି ଟୁଇଟକୁ ପବ୍ଲିସିଟି ଷ୍ଟଣ୍ଟ ବୋଲି କୁହାଯାଉଛି। କାଜୋଲ ନିଜ ଟୁଇଟରରେ ନୋ ଏଣ୍ଟ୍ରି ଉପରେ ଜୋର ଦେଇଛନ୍ତି। ଏଥିରୁ ଅନ୍ଦାଜ ଲଗାଯାଉଛି କି ସିନେମା ନୋ ଏଣ୍ଟ୍ରିର ସିକ୍ୱେଲ ଘୋଷଣା କରିବାର ଏହା ନୂଆ ଶୈଳୀ  ତ ନୁହେଁ !

ସମ୍ବନ୍ଧିତ ଖବର