ଏଯାଏଁ ଯାହା କରିଛନ୍ତି କାଜୋଲ୍‌ ,ତାହା କରିନାହାନ୍ତି ଅନ୍ୟ ନାୟିକା

ମୁମ୍ବାଇ: ବଲିଉଡ଼୍‍ର ଲୋକପ୍ରିୟ ଅଭିନେତ୍ରୀ କାଜୋଲ୍‌ ଆଜି ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୪ ମସିହା ଅଗଷ୍ଟ ୫ ତାରିଖରେ କାଜୋଲ୍‌ ଜନ୍ମଗ୍ରହଣ କରିଥିଲେ। ସେ ‘ବେଖୁଦିି’ଫିଲ୍ମରୁ ନାୟିକାଭାବରେ ତାଙ୍କର କ୍ୟାରିଅର୍‌ ଆରମ୍ଭ କରିଥିଲେ।ଏଥିସହିତ ବଲିଉଡ଼୍‍ର ଏହି ନାୟିକା ଜଣକ ଏହାଭିତରେ ବଲିଉଡ଼୍‍ରେ ତାଙ୍କର ୨୬ ବର୍ଷ ପୂରଣ ମଧ୍ୟ କରିଛନ୍ତି। ୧୯୯୩ରେ ମୁକ୍ତିଲାଭ କରିଥିବା ‘ବାଜିଗର୍‌’ସୁପର୍‌ହିଟ୍‌ ହେବାପରେ ଆଉ ପଛକୁ ଫେରି ଚାହିଁନାହାନ୍ତି କାଜୋଲ୍‌। ଏହି ସିନେମା ତାଙ୍କର ଭାଗ୍ୟ ବଦଳାଇ ଦେଇଥିଲା।
କାଜୋଲ୍‌ଙ୍କ ଅଭିନୀତ ଅନ୍ୟ ବ୍ଲକ୍‌ବଷ୍ଟର୍‌ ଫିଲ୍ମ ଗୁଡ଼ିକ ହେଲା କରଣ ଅର୍ଜୁନ୍‌,ଦିଲ୍‌ଓ୍ଵାଲେ ଦୁଲହନିଆ ଲେଜାଏଙ୍ଗେ,କୁଛ୍‌ କୁଛ୍‌ ହୋତା ହେ,ପ୍ୟାର୍‌ ତୋ ହୋନା ହି ଥା,କଭି ଖୁସି କଭି ଗମ୍‌,ଫନା,ଇଶ୍କ ଓ ମାଇଁ ନେମ୍‌ ଇଜ୍‌ ଖାନ୍‌ ଇତ୍ୟାଦି।
କାଜୋଲ୍‌ ହେଉଛନ୍ତି ଏକମାତ୍ର ବଲିଉଡ଼୍‍ ଅଭିନେତ୍ରୀ ଯିଏକି ଛଅ ଥର ଫିଲ୍ମ ଫେଆର୍‌ ଆଓ୍ଵାର୍ଡ଼ ହାସଲ କରିଛନ୍ତି।ଏଥିମଧ୍ୟରୁ ୫ ଥର ଶ୍ରେଷ୍ଠ ଅଭିନେତ୍ରୀ ଓ ଥରେ ନେଗେଟିଭ୍‌ ରୋଲ୍‌ ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ମଧ୍ୟ ଲାଭ କରିଛନ୍ତି।କାଜୋଲ୍‌ ଯେଉଁ ଫିଲ୍ମରେ ଉଚ୍ଚକୋଟିର ଅଭିନୟ କରି ଫିଲ୍ମ ଫେଆର୍‌ ଆଓ୍ଵାର୍ଡ଼ ହାସଲ କରିଛନ୍ତି;ସେଗୁଡ଼ିକ ,ହେଲା-ଦିଲ୍‌ଓ୍ଵାଲେ ଦୁଲ୍‌ହନିଆ ଲେଜାଏଙ୍ଗେ,କୁଛ୍‌ କୁଛ୍‌ ହୋତା ହେ,କଭି ଖୁସି କଭି ଗମ୍‌,ଫନା ଏବଂ ମାଇ ନେମ୍‌ ଇଜ୍‌ ଖାନ୍‌।ଯେଉଁ ସିନେମାରେ ନକରାତ୍ମକ ଭୂମିକା ପାଇଁ କାଜୋଲ୍‌ ଫିଲ୍ମ ଫେଆର୍‌ ଟ୍ରଫି ହାସଲ କରିଛନ୍ତି ,ତାହା ହେଲା ‘ଗୁପ୍ତ୍‍’।


ଏତଦ୍‌ବ୍ୟତୀତ ସେ ଦିଲ୍‌ଓ୍ଵାଲେ ,ୟୁ ମି ଔର୍‌ ହମ୍‌,ହମ୍‌ ଆପ୍‌କେ ଦିଲ୍‌ ମେଁ ରହତେ ହେଁ,ପ୍ୟାର୍‌ ତୋ ହୋନା ହି ଥା,ଦୁଷ୍ମନ୍‌ ଓ ‘ୟେ ଦିଲ୍ଲଗୀ’ପାଇଁ ଫିଲ୍ମ ଫେଆର୍‌ ନାମାଙ୍କନ ପାଇଥିଲେ।

ସମ୍ବନ୍ଧିତ ଖବର