ଶାହାରୁଖ୍‌ ଯେଉଁ ଭୁଲ୍‌ କରିଛନ୍ତି ସେଥିପାଇଁ ତାଙ୍କ ଉପରେ ମାମଲା ରୁଜୁ ହେବା ଦରକାର : କାଜୋଲ

ମୁମ୍ବାଇ : ବଲିଉଡ୍‌ର ବାଦ୍‌ଶାହା ଶାହାରୁଖ୍‌ ଖାନ୍‌ ଏବଂ ଅଭିନେତ୍ରୀ କାଜୋଲଙ୍କ ମଧ୍ୟରେ କେତେ ଭଲ ବନ୍ଧୁତା ରହିଛି ତାହା ପ୍ରାୟ ସମସ୍ତଙ୍କୁ ଜଣା । କିନ୍ତୁ ଏବେ ଶାହାରୁଖ୍‌ଙ୍କ ଉପରେ ମାମଲା ରୁଜୁ ହେବା ଦରକାର ବୋଲି କାଜୋଲ ଦେଇଥିବା ମତକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଏମିତି କ’ଣ ଭୁଲ ଶାହାରୁଖ୍‌ କଲେ ଯେ କାଜୋଲ ତାଙ୍କ ଉପରେ ମାମଲା ରୁଜୁ କରିବା କଥା କହୁଛନ୍ତି ସେ ନେଇ ଏବେ ଲୋକମାନଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି ।

Catch News

ନିକଟରେ ଏକ ସାକ୍ଷାତକାରରେ ଶାହାରୁଖ୍‌ଙ୍କୁ ନେଇ ଏଭଳି ମତ ରଖିଥିଲେ କାଜୋଲ । ତାଙ୍କ କହିବା ଅନୁଯାୟୀ ସାଇକେଲ ଚଲାଇବାକୁ ମୁଁ ଜମା ବି ପସନ୍ଦ କରେ ନାହିଁ । ସାଇକେଲ ସହ ମୋର ଭଲ ସଂପର୍କ ନଥିବା ଜାଣି ମଧ୍ୟ ଶାହାରୁଖ୍‌ ମୋତେ ସାଇକେଲରେ ବସାଇ ଅନେକ ଥର ତଳେ ପକାଇ ଦେଇଛନ୍ତି । ସୁଟିଂ ସମୟରେ ଏପରି ଘଟଣା ଅନେକ ଥର ଘଟିଛି । ଫିଲ୍ମ ‘ଦିଲ୍‌ଓ୍ଵାଲେ ଦୁଲହନିଆ’ର ସୁଟିଂ ସମୟରେ ମଧ୍ୟ ଶାହାରୁଖ୍‌ ମୋତେ ତଳେ ପକାଇଥିଲେ । ଫାର୍‌ହା ଏବଂ ଶାହାରୁଖ୍‌ ମିଶି ପୂର୍ବରୁ ମୋତେ ତଳେ ପକାଇବାର ଯୋଜନା ତିଆରି କରିଥିଲେ । ଦୃଶ୍ୟକୁ ଜୀବନ୍ତ କରିବା ପାଇଁ ସେ ଏପରି କରିଥିଲେ ମଧ୍ୟ ମୋତେ ପୂର୍ବରୁ ଜଣାଇ ନ ଥିଲେ । ସୁଟିଂ ସରିବା ପରେ ମୋତେ ଏ ବିଷୟରେ ଜଣା ପଡ଼ିଥିଲା । ବାରମ୍ବାର ମୋ ସହ ଶାହାରୁଖ୍‌ ଏପରି କରିଛନ୍ତି ସେଥିପାଇଁ ତାଙ୍କ ବିରୋଧରେ ମାମଲା ଋଜୁ ହେବା ଦରକାର ବୋଲି କାଜୋଲ କହିଥିଲେ ।

ସମ୍ବନ୍ଧିତ ଖବର