ଫେରୁଛନ୍ତି କାଜୋଲ୍‌, ଜାଣନ୍ତୁ କେଉଁ ରୂପରେ?

ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କାଜୋଲ୍‌ ଦୁଇ ବର୍ଷ ହେବ କୌଣସି ହିନ୍ଦୀ ସିନେମାରେ କାମ କରିନାହାନ୍ତି। ତାଙ୍କୁ ଶେଷ ଥର ପାଇଁ ହିନ୍ଦୀ ସିନେମା ‘ଦିଲ୍‌ଓ୍ଵାଲେ’ରେ ଦେଖିବାକୁ ପାଇଥିଲେ ଦର୍ଶକ। ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ସେ ବନିଥିଲେ ଶାହରୁଖ୍‌ ଖାନ୍‌ଙ୍କ ନାୟିକା।

ଅବଶ୍ୟ ୨୦୧୭ରେ କାଜୋଲ୍‌ଙ୍କୁ ଏକ ତାମିଲ୍‌ ସିନେମା ‘ଭିଆଇପି-୨’ରେ ଦେଖିବାକୁ ମିଳିଥିଲା। ଏଥିରେ ଅଭିନେତା ଧନୁଷଙ୍କ ବିପକ୍ଷରେ ନାୟିକା ଭୂମିକାରେ ନଜର ଆସିଥିଲେ କାଜୋଲ୍‌।

FilmiBeat

ତେବେ ସେ ଯାହା ହେଉନା କାହିଁକି ବଲିଉଡ଼୍‍ର ଜଣାଶୁୁଣା ନାୟିକା କାଜୋଲ୍‌ ଏବେ ଏକ ନୂଆ ହିନ୍ଦୀ ସିନେମା ପାଇଁ ଚୁକ୍ତିବଦ୍ଧ ହୋଇଥିବା ଜଣାଯାଇଛି। ଏହି ସିନେମାର ଶୀର୍ଷକ ହେଲା‘ଇଲା’।ପ୍ରଦୀପ ସରକାର ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି। ଏହି ଚଳଚ୍ଚିତ୍ରର ପ୍ରଯୋଜନା କରୁଛନ୍ତି କାଜୋଲ୍‌ଙ୍କ ସ୍ୱାମୀ ତଥା ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ଅଜୟ ଦେବଗନ୍‌।

‘ଇଲା’ରେ ତାଙ୍କ ପାଇଁ ଚରିତ୍ର ନ ଥିବା ହେତୁ ଅଜୟ ସେଥିରେ ଅଭିନୟ କରୁନାହାନ୍ତି। ‘ଇଲା’ଆଗାମୀ ସେପ୍ଟେମ୍ବର ୧୪ ତାରିଖରେ ମୁକ୍ତିଲାଭ କରିବ। ‘ଇଲା’ର କାହାଣୀ ନିର୍ଦ୍ଦେଶକ ଆନନ୍ଦ ଗାନ୍ଧିଙ୍କ ଗୁଜୁରାଟି ନାଟକ ‘ଟୋକା କାଗଡ଼ୋ’ ଉପରେ ଆଧାରିତ। ଏଥିରେ କାଜୋଲ୍‌ଙ୍କୁ ଦେଖିବାକୁ ମିଳିବ ଜଣେ ସିଙ୍ଗଲ୍‌ ମଦର୍‌ ଭୂମିକାରେ। ଏହି ସିନେମାରେ କାଜୋଲ୍‌ଙ୍କ ଝିଅ ଭୂମିକା ନିଭାଇବେ ରିଦ୍ଧି ସେନ୍‌। ଏଥିରେ ନେହା ଧୂପିଆଙ୍କୁ ବି ଦେଖିବାକୁ ମିଳିବ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ।

ସମ୍ବନ୍ଧିତ ଖବର