ମୁମ୍ବାଇ : କିଛି ଦିନ ତଳେ ରିଲିଜ୍ ହୋଇଥିବା ଫିଲ୍ମ ହେଲିକପ୍ଟର ଇଲ୍ଲାକୁ ଦର୍ଶକଙ୍କ ଭଲ ପାଇବା ମିଳିବା ପରେ ଖୁସି ଅଛନ୍ତି ଅଭିନେତ୍ରୀ କାଜୋଲ । ଏ ନେଇ କାଜୋଲ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇବା ସହ ଏକ ରାଜ୍ର ଖୁଲାସା କରିଛନ୍ତି । ଏମିତି ଅନେକ ଅଛନ୍ତି ଯେଉଁମାନେ କାଜୋଲଙ୍କୁ ନିଜର ଆଦର୍ଶ ମାନି ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିଛନ୍ତି । କିନ୍ତୁ ତାଙ୍କ ପ୍ରଶଂସକମାନଙ୍କୁ ଛାଡ଼ି କିଛି ଏମିତି ଲୋକ ଅଛନ୍ତି ଯେଉଁମାନେ ତାଙ୍କ ଅଭିନୟ ଏବଂ ତାଙ୍କ ଫିଲ୍ମକୁ ପସନ୍ଦ କରନ୍ତି ନାହିଁ । ଏକ ସାକ୍ଷାତକାରରେ ଏ ବିଷୟ ଜଣାଇଛନ୍ତି କାଜୋଲ ।
Sambad is now on WhatsApp
Join and get latest news updates delivered to you via WhatsApp
ତାଙ୍କ କହିବା ଅନୁଯାୟୀ, ମୋର ଦୁଇ ପୁଅ ଝିଅ ହିଁ ମୋ ଫିଲ୍ମ ଦେଖିବା ପାଇଁ ପସନ୍ଦ କରନ୍ତି ନାହିଁ । ମୁଁ ଭଲ ଅଭିନୟ କରେ ନାହିଁ ଏବଂ ଫିଲ୍ମରେ ଅଧିକ କାନ୍ଦୁଥିବାରୁ ସେମାନେ ମୋ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ନାହିଁ । ମୋ ପିଲାମାନଙ୍କୁ ‘ଗୋଲମାଲ୍’ ଭଳି ଫିଲ୍ମ ଦେଖିବାକୁ ପସନ୍ଦ କରୁଛନ୍ତି । ସେଥିପାଇଁ ମୁଁ ଆଗକୁ ‘ଗୋଲମାଲ୍’ ଭଳି ଫିଲ୍ମ କରିବାକୁ ଚେଷ୍ଟା କରିବି ବୋଲି କାଜୋଲ କହିଥିଲେ ।