ଆମୀର ନିଜକୁ ସାଧାରଣ ଅଭିନେତା କହି ସଲମାନଙ୍କୁ ସୁପରଷ୍ଟାର କହିଥିବା ବେଳେ ଏବେ ସଲମାନଙ୍କୁ ନେଇ ଏଭଳି ମତ ରଖିଲେ କାଜୋଲ
ମୁମ୍ବାଇ: ବଲିଉଡ୍ରେ ହେଉଥିବା ବେତନ ଅସମାନତାକୁ ନେଇ ଏବେ ଚର୍ଚ୍ଚା ଧିରେ ଧିରେ ବଢ଼ିବାରେ ଲାଗିଛି । ଏହି ବିଷୟକୁ ନେଇ କିଛି ଦିନ ତଳେ ଆମୀର ନିଜର ମତ ରଖିଥିଲେ । କେଉଁଠି ନା କେଉଁଠି ଏହା ନିର୍ଭର କରେ କି ଆପଣ ନିଜ ଫିଲ୍ମ ମାଧ୍ୟମରେ କେତେ ଅଧିକ ଲୋକ ସିନେମା ହଲ୍ ଆଗରେ ଜୁଟାଇ ପାରୁଛନ୍ତି । ସେଥିପାଇଁ ନିଜକୁ ଜଣେ ଅଭିନେତା ଏବଂ ସଲମାନଙ୍କୁ ଜଣେ ସୁପରଷ୍ଟାର ଭାବେ ବୋଲି କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏବେ ବେତନ ଅସମାନତାକୁ ନେଇ ନିଜର ମତ ରଖିଛନ୍ତି ଅଭିନେତ୍ରୀ କାଜୋଲ । କେଉଁଠି ନା କେଉଁଠି ବେତନ ଅସମାନତା ବକ୍ସ ଅଫିସ କଲେକ୍ସନ ଉପରେ ନିର୍ଭର କରିଥାଏ । ଏଥିରେ କୌଣସି ଦ୍ୱନ୍ଦ୍ୱ ନାହିଁ କି ଆମ ଇଣ୍ଡଷ୍ଟ୍ରିରେ ବେତନ ଅସମାନତାର ସମସ୍ୟା ରହିଛି । କିନ୍ତୁ ଏହା ବି ସତ କି କୌଣସି ଅଭିନେତ୍ରୀଙ୍କ ଫିଲ୍ମ ସଲମାନଙ୍କ ଫିଲ୍ମ ଭଳି ୫୦୦କୋଟି ବ୍ୟବସାୟ କରି ପାରିବ ନାହିଁ । ଆଜିକାଲିର ଦର୍ଶକ ଫିଲ୍ମର କାହାଣୀକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଯାହା ପାଇଁ ‘କାହାନୀ’ ଏବଂ ‘ରାଜୀ’ ଭଳି ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇ ପାରିଛି ।
ଏଥିରୁ ପ୍ରମାଣିତ ହେଉଛି କି ଦର୍ଶକଙ୍କ ଫିଲ୍ମକୁ ନେଇ ସ୍ୱାଦ ପରିବର୍ତ୍ତନ ହୋଇଛି । କିନ୍ତୁ ବ୍ୟବସାୟ ଦୃଷ୍ଟିରୁ ଦେଖିବାକୁ ଗଲେ ଏହା ସଲମାନଙ୍କ ଫିଲ୍ମଠାରୁ ଅଧିକ ଆୟ କରି ପାରୁ ନାହିଁ ବୋଲି କାଜୋଲ କହିଛନ୍ତି ।