ଏହି କାରଣରୁ ଚଳିତ ବର୍ଷ ଚର୍ଚ୍ଚାରେ ଥିଲେ କାଜୋଲ୍‌

ମୁମ୍ବାଇ: ଚଳିତ ବର୍ଷ ବଲିଉଡର ନାମୀ ନାୟିକା କାଜୋଲ୍‌ କେତେକ କାରଣରୁ ଚର୍ଚ୍ଚାରେ ରହିଛନ୍ତି। ଆସନ୍ତୁ ସେହି ପ୍ରସଙ୍ଗ ଉପରେ ନଜର ପକାଇବା…

କରଣ ଜୋହରଙ୍କ ସହ ମିଳାମିଶା- ଏକଦା ବଲିଉଡର ସବୁଠୁ ଭଲ ସାଙ୍ଗ ତାଲିକାର ଶୀର୍ଷରେ ଥିଲେ ଅଭିନେତ୍ରୀ କାଜୋଲ୍‌ ଓ ନିର୍ଦେଶକ କରଣ ଜୋହର୍‌। କାଜୋଲ୍‌ଙ୍କୁ କରଣ କହୁଥିଲେ ତାଙ୍କର ଲକିମାସ୍କଟ୍‌। କରଣ ତାଙ୍କ ନିର୍ଦେଶିତ ‘କୁଛ୍‌ କୁଛ୍‌ ହୋତା ହେ‘,‘ କଭି ଖୁସି କଭି ଗମ୍‌ ’, ‘ମାଇଁ ନେମ୍‌ ଇଜ୍‌ ଖାନ୍‌’ ରେ ନାୟିକା ଭୂମିକାରେ ନେଇଥିଲେ। ଆଉ କାଜୋଲ୍‌ ବି ବନ୍ଧୁତା ଯୋଗୁଁ କରଣଙ୍କ ଫିଲ୍ମ‘ କଭି ଆଲବିଦା ନା କେହେନା’ ଏବଂ ‘ ଦି ଷ୍ଟୁଡେଣ୍ଟ୍‌ ଅଫ୍‌ ଦି ଇୟର୍‌’ ରେ ଅତିଥି କଳାକାର ଭୂମିକାରେ ବି ନଜର ଆସିଥିଲେ। ହେଲେ ସେ ଦୁହିଁଙ୍କ ଭିତରେ ସେଭଳି ସୁସଂପର୍କ ନ ଥିଲା ୨୦୧୬ରେ। ଏକଥା କାଜୋଲଙ୍କ ସ୍ୱାମୀ ତଥା ପ୍ରଖ୍ୟାତ ଅଭିନେତା ଅଜୟ ଦେବଗନ୍‌ କହିଥିଲେ ଯେ ବ୍ୟକ୍ତିଗତ କାରଣରୁଦୁହିଁଙ୍କ ଭିତରେ ପୁରୁଣା ସୁସଂପର୍କ ନାହିଁ।କରଣଙ୍କ ‘ ଏ ଦିଲ୍‌ ହେ ମୁସ୍କିଲ୍‌ ’ ଏବଂ ଅଜୟଙ୍କ ‘ ଶିବାୟ ’ ଏଇ ୨୮ ତାରିଖରେ ରିଲିଜ୍‌ ହେଉଥିବା ଯୋଗୁଁ ଏ ଦୁହିଙ୍କ ଭିତରେ ଆଉ କଥାବାର୍ତା ବି ନାହିଁ ବୋଲି ଅଜୟ ଦେବଗନ୍‌ ସ୍ୱୀକାର କରିଥିଲେ। ହେଲେ ଏ ଦୁହିଁଙ୍କ ମନ ଫଟାଫଟି ବେଶୀ ଦିନ ରହି ନଥିଲା। କିଛି ମାସପରେ କରଣ ୨୦୧୭ରେ ହିଁ କାଜୋଲଙ୍କ ପାଖକୁ ଯାଇ ଭୁଲ ମାଗିଥିଲେ ଏବଂ ତାପରେ ଉଭୟଙ୍କ ଭିତରେ ମିଳାମିଶା ହୋଇଥିଲା।

photo-youtube

ତାମିଲ୍‌ ଫିଲ୍ମରେ ଅଭିନୟ-
ପ୍ରାୟ ଦୁଇ ଦୁଇ ଦଶକ ପରେ ବଲିଉଡର ଲୋକପ୍ରିୟ ନାୟିକା କାଜୋଲ୍‌
ତାମିଲ୍‌ ଫିଲ୍ମରେ ପୁଣି ଅଭିନୟ କରିଛନ୍ତି ।ସେ ଏହି ନୂଆ ତାମିଲ ସିନେମାର ସୁଟିଂ ଚେନ୍ନାଇରେ କରିଥିଲେ । ଏହାର ଶୀର୍ଷକ ରହିଛି ‘ଭିଆଇପି୨’ । ଏଥିରେ ତାଙ୍କର ନାୟକ ହେଲେ ମେଗାଷ୍ଟାର୍‌ ରଜନୀକାନ୍ତଙ୍କ ଜ୍ୱାଇଁ ତଥା ଖ୍ୟାତନାମା ତାରକା ଧନୁଷ୍‌ ଯାହାଙ୍କୁ ବହୁ ତାମିଲ ଫିଲ୍ମ ସମେତ ହିନ୍ଦୀ ଛବି ‘ରାଁଝନା’ ଏବଂ ‘ସମିତାଭ୍‌’ ରେ ଦେଖିବାକୁ ପାଇଛନ୍ତି ଦର୍ଶକ । ‘ଭିଆଇପି୨’ର ନିର୍ଦ୍ଦେଶନା ଦେଇଛନ୍ତି ରଜନୀକାନ୍ତଙ୍କ କନ୍ୟା ସୌନ୍ଦର୍ଯ୍ୟା । କାଜୋଲ୍‌ ନିଜର ପ୍ରଥମ ଦିନର ସୁଟିଂ ଫଟୋ ନିଜର ଟ୍ଵଟରରେ ସେଆର୍‌ କରିଥିଲେ । ଏହି ସିନେମା ବି ୨୦୧୭ରେ ରିଲିଜ୍‌ ହୋଇଥିଲା ଏଠାରେ ଉଲ୍ଲେଖଯୋଗ୍ୟ ଯେ କାଜୋଲ୍‌ ପୂର୍ବରୁ ଏକ ତାମିଲ୍‌ ସିନେମା ‘ମିଂସାରା କାନାବୁ’ରେ ଅଭିନୟ କରିଥିଲେ । ଏଥିରେ ତାଙ୍କ ବିପକ୍ଷରେ ନଜର ଆସିଥିଲେ ଅରବିନ୍ଦ ସ୍ୱାମୀ।

photo-youtube

ଅଜୟ ଦେବଗନ୍‌-କାଜୋଲ୍‌ଙ୍କ ଯୋଡି ଫେରିବେ –
ବଲିଉଡର ଲୋକପ୍ରିୟ ରିଲ ଏବଂ ରିଅଲ୍‌ ଯୋଡି ଅଜୟ ଦେବଗନ୍‌-କାଜୋଲ୍‌ଙ୍କ ଯୋଡି ପ୍ରାୟ ସାତ ବର୍ଷପରେ ପୁଣି ଏକାଠି ଆସିବେ ବୋଲି ଜଣାଯାଇଛି। ପ୍ରାପ୍ତସୂଚନା ଅନୁଯାୟୀ ଏମାନେ ଜଣେ ଆଡମେକର୍‌ ରାଜ୍‌ ସାରଥୀଙ୍କୁ ନେଇ ଏହି ସିନେମା ତିଆରି କରିବାକୁ ଚାହୁଁଥିଲେ ହେଲେ ତାହା ସମ୍ଭବ ହେଲା ନାହିଁ। ଏବେ ଉକ୍ତ କାହାଣୀକୁ ନେଇ ନିର୍ଦ୍ଦେଶନା ଦେବେ ଜଣାଶୁଣା ନିର୍ଦ୍ଦେଶକ ପ୍ରଦୀପ ସରକାର,ଯିଏ କି ଅତୀତରେ ‘ପରୀଣିତା’ ଏବଂ ‘ଲାଗା ଚୁନରିାମେଁ ଦାଗ୍‌’ଭଳି ସିନେମା ନିର୍ମାଣ କରିଛନ୍ତି। ଏହା ଏକ ଭିନ୍ନ ସ୍ୱାଦର ପ୍ରେମ କାହାଣୀ ଉପରେ ଆଧାରିତ ବୋଲି କୁହାଯାଉଛି। ଏଥିରେ ଅଜୟ ଏବଂ କାଜୋଲ୍‌ ଲିଡରୋଲରେ ନଜର ଆସିବେ। ଏଠାରେ ସୂଚନାଯୋଗ୍ୟ ଯେ ଏହି ଯୋଡିକୁ ଶେଷଥର ଲାଗି ୨୦୧୦ରେ ରିଲିଜ୍‌ ହୋଇଥିବା ‘ଟୁନପୁର୍‌ କା ସୁପରହିରୋ’ରେ ଦେଖିବାକୁ ପାଇଥିଲେ ଦର୍ଶକ। ୧୯୯୯ରେଅଜୟ ଦେବଗନ୍‌ ଏବଂ କାଜୋଲ୍‌ ବିବାହବନ୍ଧନରେ ଆବଦ୍ଧ ହୋଇଥିଲେ।

ସମ୍ବନ୍ଧିତ ଖବର