‘କଲଙ୍କ୍‌’ର ସୁଟିଂ ସେଟ୍‌ରେ ଘଟିଛି ଏହିସବୁ ଅଘଟଣ !

ମୁମ୍ବାଇ: ସଂପ୍ରତି ଏକ ହିନ୍ଦୀ ସିନେମା ‘କଲଙ୍କ୍‌’ର ସୁଟିଂ ଚାଲିଛି। ଏହି ଫିଲ୍ମର ସୁଟିଂ ସେଟ୍‌ରେ ଅନେକ ସମୟରେ ଅଜବ ଘଟଣା ଘଟୁଥିବା ଶୁଣିବାକୁ ମିଳୁଛି।ଏହି ଫିଲ୍ମର ସେଟ୍‌ ଚିତ୍ରକୂଟ ଗ୍ରାଉଣ୍ଡରେ ନିର୍ମାଣ କରାଯାଇଛି।

ପ୍ରଥମେ ଖବର ମିଳିଥିଲା ଯେ‘କଲଙ୍କ୍‌’ର ସୁଟିଂ ସେଟ୍‌ରେ ଏହାର ତିନି ଜଣ ମୁଖ୍ୟ କଳାକାର ଆଲିଆ ଭଟ୍ଟ, ବରୁଣ ଧଓ୍ଵନ୍‌ ଓ ଆଦିତ୍ୟ ରୟ କପୁର ଆହତ ହୋଇଥିଲେ । ଏବେ ଖବର ଆସିଛି ଯେ ପ୍ରବଳ ବର୍ଷା ହେବା ଫଳରେ ‘କଳଙ୍କ’ ସିନେମାର ପୁରା ସେଟ୍‌ ଭାଙ୍ଗିଯାଇଛିା। ଏହାଫଳରେ ଫିଲ୍ମର ସୁଟିଂ ସ୍ଥଗିତ ରଖାଯାଇଛିା।ନିର୍ମାତା ‘କଲଙ୍କ୍‌’ର ସୁଟିଂ ପାଇଁ ୧୫ କୋଟି ଟଙ୍କା ବ୍ୟୟରେ ଏକ ବଡ଼ ସେଟ୍‌ ନିର୍ମାଣ କରୁଛନ୍ତି। କରଣ ପୁରୁଣା ଦିଲ୍ଲୀର ସେଟ୍‌ ତିଆରି କରାଇଛନ୍ତି। ପ୍ରଡ଼କସନ୍‌ ଡ଼ିଜାଇନର୍‌ ଅମୃତା ମହଲ ଏହି ସେଟ୍‌ ନିର୍ମାଣ କାର୍ଯ୍ୟର ତଦାରଖ କରୁଛନ୍ତି।
‘କଲଙ୍କ୍‌’ହେଉଛି ୧୯୪୦ ମସିହାର କଥାବସ୍ତୁ। ଏହାର ମୂଳ ଆଧାର ହେଉଛି ଭାରତ-ପାକ୍‌ ବିଭାଜନ। କରଣ ଜୋହର୍‌ ଏହି ସେଟ୍‌ ଫିଲ୍ମ ସିଟିରେ ତିଆରି କରିଛନ୍ତି। ଯେପରି ଏହି ସେଟ୍‌ର ଡ଼ିଜାଇନ୍‌ ଲିକ୍‌ ନ ହୁଏ,ସେଥିପ୍ରତି ବି ସତର୍କ ଦୃଷ୍ଟି ଦିଆଯାଇଛି।

ନିର୍ମାତା ଏହି ଫିଲ୍ମର ଦାମୀ ସେଟ୍‌ଟି ପୁଣି ଥରେ ନିର୍ମାଣ ନ କରି ସେହି ଅଧାଭଙ୍ଗା ସେଟ୍‌ରେ ହିଁ ସୁଟିଂ କରବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୨୦ ଦିନର ସୁଟିଂ ସିଡ୍ୟୁଲ୍‌କୁ ଦୁଇ ସପ୍ତାହ ପାଇଁ ଘୁଂଚାଇ ଦିଆଯାଇଥିବା ଜଣାଯାଇଛି।ଫିଲ୍ମର ସୁଟିଂ ସେଟ୍‌ରେ ଏଭଳି ବିସ୍ମୟଜନକ ଘଟଣାସବୁ କରୁଥିବା ହେତୁ ପ୍ରଯୋଜକ କରଣ ଜୋହର୍‌, ହୀରୁ ୟଶ୍‌ ଜୋହର୍‌, ସାଜିଦ୍‌ ନାଡିଆଓ୍ଵାଲା ଓ ଅପୂର୍ବା ମେହେଟ୍ଟା ଚିନ୍ତିତ ଥିବା କୁହାଯାଉଛି। ।‘କଲଙ୍କ୍‌’ରେ ଏବେ ସଂଜୟ ଦତ୍ତ,ମାଧୁରୀ ଦୀକ୍ଷିତ,ବରୁଣ ଧଓ୍ଵନ୍‌,ଆଲିଆ ଭଟ୍ଟ,ଆଦିତ୍ୟ ରୟ କପୁର ଓ ସୋନାକ୍ଷୀ ସିହ୍ନା ପ୍ରମୁଖ ଲିଡ଼୍‍ ରୋଲ୍‌ରେ ଅଛନ୍ତି।

ସମ୍ବନ୍ଧିତ ଖବର