ବରୁଣ- ଆଲିଆଙ୍କ ସୁଟିଂ ଦେଖିବାକୁ ସେଟ୍‌ରେ ହାଜର ହେଲେ ଦୁଇଟି ସାପ ! ଜାଣନ୍ତୁ ଅସଲ କଥାଟି କ’ଣ?

ନୂଆଦିଲ୍ଲୀ : ଚଳଚ୍ଚିତ୍ର ‘ଅକ୍ଟୋବର’ ହିଟ ହେବା ପରେ ବରୁଣ ଧାଓ୍ଵନ୍‌ ବର୍ତ୍ତମାନ ଆଲିଆଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘କଳଙ୍କ’ରେ ସୁଟିଂରେ ବ୍ୟସ୍ତ ରହିଛନ୍ତି । କରଣ ଜୋହରଙ୍କ ‘କଳଙ୍କ’ ଚଳଚ୍ଚିତ୍ରର ପ୍ରଥମ ଭାଗର ସୁଟିଂ ବର୍ତ୍ତମାନ ମୁମ୍ବାଇରେ ଚାଲିଛି। ଏଥିପାଇଁ କରଣ ଫିଲ୍କ ସିଟିରେ ପୁରୁଣା ଦିଲ୍ଲୀର ଏକ ସୁଟିଂ ସେଟ ମଧ୍ୟ ପ୍ରସ୍ତୁତ କରିଛନ୍ତି । ତେବେ ସୁଟିଂ ସେଟରେ ବରୁଣ ଏବଂ ଆଲିଆଙ୍କ ଅଭିନୟ ଦେଖିବା ପାଇଁ ଅତିଥି ଭାବେ ପହଞ୍ଚିଥିଲେ ଦୁଇଟି ସାପ ! ଯାହାପରେ ବରୁଣ –ଆଲିଆଙ୍କ ସମେତ ସମସ୍ତ ସୁଟିଂ ସେଟରେ ଭୟ ଖେଳି ଯାଇଥିଲା ।
ଆପଣଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେବଣି ସୁଟିଂ ସେଟରେ ସାପ ଆସିଲେ କେଉଁଠାରୁ? ଅସଲ କଥା ହେଲା, ଗତକାଲି ମୁମ୍ବାଇ ଫିଲ୍ମସିଟିରେ ଏହି ଚଳଚ୍ଚିତ୍ର ପାଇଁ ବରୁଣ ଏବଂ ଆଲିଆଙ୍କ ଏକ ରୋମାନ୍ସ ସିନର ସୁଟଂ ଚାଲିଥିଲା । ଠିକ୍‌ ଏହି ସମୟରେ ହଠାତ୍‌ ଦେଖାଗଲା କି ତାଙ୍କ ଦୁଇଟି ସାପ ଆସୁଛନ୍ତି। ସାପ ଦେଖି ହଇଚଇ ଖେଳିଗଲା। ଏହାପରେ ବହୁ କଷ୍ଟରେ ସାପ ଦୁଇଟିକୁ ଧରି ଜଙ୍ଗଲରେ ଛଡ଼ାଯାଇଥିଲା। କିନ୍ତୁ ଏଥିପାଇଁ ସୁଟିଂ ପ୍ରାୟ ଏକ ଘଣ୍ଟା ପାଇଁ ଅଟକି ଯାଇଥିବା ବେଳେ ଚଳଚ୍ଚିତ୍ରର ସଂପୂର୍ଣ୍ଣ ଟିମ୍‌ ମଧ୍ୟରେ ଭୟ ଖେଳିଯାଇଥିଲା ।

ସମ୍ବନ୍ଧିତ ଖବର