ପରଦାରେ ଦିଶୁଥିବା ଅନ୍ତରଙ୍ଗ ଦୃଶ୍ୟ ସଂପର୍କରେ ଅଭିନେତ୍ରୀ କାଲ୍‌କି କହିଲେ ଏପରି କଥା

ମୁମ୍ବାଇ: ଅଭିନେତ୍ରୀ କାଲ୍‌କି କେଏଚଲିନ୍‌ ଚଳଚ୍ଚିତ୍ରରେ ଦୃଶ୍ୟମାନ ହେଉଥିବା ଅନ୍ତରଙ୍ଗ ଦୃଶ୍ୟକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି କି ଯେପରି ଆକ୍ସନ୍‌ ଦୃଶ୍ୟଗୁଡ଼ିକ କୋରିଓଗ୍ରାଫ୍‌ ହୁଏ ସେହିପରି ଅନ୍ତରଙ୍ଗ ଦୃଶ୍ୟଗୁଡ଼ିକ ବି କୋରିଓଗ୍ରାଫ ହେବା ଉଚିତ। ସେ ଆହୁରି ବି କହିଛନ୍ତି ଅନେକ ସମୟରେ ସେ କିଛି ଅଭିନେତାଙ୍କ ସହ ଅନ୍ତରଙ୍ଗ ଦୃଶ୍ୟ ସୁଟ୍‌ କରିଛନ୍ତି ଯାହାକୁ ସେ କେବେ ପୂର୍ବରୁ ଭେଟି ନାହାନ୍ତି। ଏପରି ଆଦୌ ବି ହେବା ଉଚିତ ନୁହେଁ।

‘କୌଣସି ଆକ୍ସନ ଦୃଶ୍ୟ ବିନା କୋରିଓଗ୍ରାଫିରେ ହୁଏ ନାହିଁ। ଅଭିନେତା ମୁହଁରେ ମୁଥ କେହି ବି ଭୁଲ୍‌ରେ ମାରନ୍ତି ନାହିଁ। ତେବେ, ଅନ୍ତରଙ୍ଗ ଦୃଶ୍ୟ କ୍ଷେତ୍ରରେ ଏପରି କାହିଁକି ହୁଏ। ବିନା କୋରିଓଗ୍ରାଫିରେ କାହିଁକି ଅଭିନୟ କରିବାକୁ କୁହାଯାଏ?’ ବୋଲି କାଲ୍‌କି ନିକଟରେ ଏକ ସାକ୍ଷାତ୍‌କାରରେ ପ୍ରଶ୍ନ ଉଠାଇଛନ୍ତି।

ସେ ଆହୁରି ବି କହିଛନ୍ତି କି ଅନେକ ସମୟରେ ସେ ସଂପୂର୍ଣ୍ଣ ଭାବେ ଅଚିହ୍ନା ଅଭିନେତାଙ୍କ ଓଠକୁ କାମୁଡ଼ି କରି ପରଦାରେ ଦୃଶ୍ୟ ଦେବାକୁ ବାଧ୍ୟ ହୋଇଛନ୍ତି। ଏହା କେବଳ ଏକ ଦୃଶ୍ୟ ନୁହେଁ ଦୁଇ କଳାକାରଙ୍କ ଭିତରେ ଏକ ବିଶ୍ୱାସର କଥା।

ସମ୍ବନ୍ଧିତ ଖବର